ଦାରିଙ୍ଗବାଡ଼ି : ଆବାସ ଯୋଜନାର ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ ରଜ୍ୟର ବିଭିନ୍ନ ଅଞ୍ଚଳରେ ଜନ ଆନ୍ଦୋଳନ ଲାଗି ରହିଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତରେ ପଡି଼ଥିବା ଦେଖିବାକୁ ମିଳିଛି । ଆଜି ବ୍ରାହ୍ମଣୀଗାଁ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ହାଟ ପଦାରୁ ରାଲି ମାଧ୍ୟମରେ ପ୍ଲାକ୍ କାର୍ଡ଼ ଧରି ବଜାର ପରିକ୍ରମା କରି ବାଦ ପଡି଼ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ପାଇବାରେ ସାମିଲ କରିବାକୁ ପ୍ରତିବାଦ ସଭା ବଜାରରେ କରିଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ସୁଚନା ଅନୁଯାୟୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ବ୍ଲକ ପ୍ରଶାସନର ନିର୍ଦ୍ଦେଶରେ ବିଭିନ୍ନ ପଞ୍ଚାୟତରେ ଜିଓ ଟ୍ୟାଗ୍ କରି ଫଟୋ ଉଠାଯାଇଥିଲା। ସେହି ସମୟରେ ବ୍ରାହ୍ମଣୀଗାଁ ପଞ୍ଚାୟତର ୧୭୩ ଜଣ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ସମ୍ଭାବ୍ୟ ତାଲିକାରେ ମାତ୍ର ୧୧୬ଜଣ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି, ଆଉ ୫୭ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ିଥିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଆବାସଟିଏ ପାଇବା ପାଇଁ ଗରୀବ ହିତାଧିକାରୀ ମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟଳୟ ପର୍ୟ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି। ଜିଓ ଟ୍ୟାଗ୍ ରେ ଫଟୋ ଉଠାଇବା ପରେ ଆବାସ ଟିଏ ମିଳିବ ବୋଲି ଆଶା ବାନ୍ଧିଥିଲେ। ବର୍ତମାନର ସମ୍ଭାବ୍ୟ ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ପଡ଼ିଥିବାରୁ ହିତାଧିକାରୀ ମାନେ ନିରାଶ ହୋଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି। ପୂର୍ବତନ ସମିତି ଅଧ୍ୟକ୍ଷା ରୁଦା ମଲିକ, ପୂର୍ବତନ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ, ମାନବାଧିକାର ସୁରକ୍ଷା ଫୋରମ୍ ର ବ୍ଲକ କର୍ମୀ ବିକ୍ରମ ବସ୍ତୀରାୟ, ଯୁଗେଶ୍ୱର ପାତ୍ର, ଶଙ୍କର ବେହେର ଦଳେଈ, ଗଣେଷ ଡାକୁଆ,ଶ୍ୟାମ ମହାଙ୍କୁଡ଼ ସହିତ ବହୁ ଯୁବ ସ୍ବେଛାସେବୀ ନେତୃତ୍ୱରେ ଆଜିର ରାଲି ଓ ପ୍ରତିବାଦ ସଭା ସଫଳ ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ପାଇବାରେ ସାମିଲ କରା ନଗଲେ ଆଗାମୀ ଦିନରେ ବ୍ଲକ ଘେରାଉ କରାଯିବାକୁ ପ୍ରସ୍ତୁତ ଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.