ତୃତୀୟ ବର୍ଷ ଶଙ୍କରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ମୁଖ୍ୟ ଅତିଥି

ସୁନ୍ଦରଗଡ଼ -୨୦/୦୧/୨୩ :-ସୁନ୍ଦରଗଡ଼ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପାଖ ଖେଳପଡିଆରେ ତୃତୀୟ ବର୍ଷ ଶଙ୍କରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ମଙ୍ଗଳା କିଷାନ ଏବଂ ସମ୍ମାନିତ ଅତିଥି ଭାବେ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ ଓ ପୂର୍ବତନ

ନଗରପାଳ ବେଣୁଧର ତାଣ୍ଡିଆ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚୟ ହୋଇ ଖେଳକୁ ଆରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଆଜିର ଦୁନିଆରେ ଯେକୌଣସି ଖେଳ ସହିତ ଶରୀରକୁ ସୁସ୍ଥ ରଖିବାକୁ ହେଲେ ନିତିଦିନ ବ୍ୟାୟାମ କରିବା ଜରୁରୀ ବୋଲି କହି ଖେଳାଳି ମାନଙ୍କୁ ଭଲ ଖେଳ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟ ଓ ଦେଶର ନାମକୁ ଗର୍ବିତ କରିବାକୁ ପରାମର୍ଶ ଦେଇ ଥିଲେ। ପାଠ ସହିତ ଖେଳକୁ ମଧ୍ୟ୍ୟ ଗୁରୁତ୍ୱ ଦେଇ ଭଲ ଖେଳି ଭବିଷ୍ୟତରେ ଯେପରି ଓଡିଶା ଏବଂ ଭାରତୀୟ ଦଳ ପକ୍ଷରୁ ଖେଳିବା ପାଇଁ ଲଖ୍ୟ ରଖିବାକୁ ଅତିଥି ଶ୍ରୀ ତ୍ରିପାଠୀ ଖେଳାଳି ମାନଙ୍କୁ ପରାମର୍ଶ ଦେଇ ଥିଲେ।ଅନ୍ୟତମ ସମ୍ମାନିତ ଅତିଥି ବେଣୁଧର ତାଣ୍ଡିଆ ଖେଳାଳି ମାନଙ୍କୁ ଭାରତୀୟ ଦଳ ତରଫରୁ ଖେଳି ସୁନ୍ଦରଗଡ଼ର ନାମକୁ ଗୌରବାନ୍ଵିତ କରିବାକୁ କହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଷୋହଳଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଏଥିରେ ଫାଇନାଲ ମ୍ୟାଚର ବିଜେତା ଚମ୍ପିୟନ ଦଳକୁ ନଗଦ ଏକ ଲକ୍ଷ ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା ଦଳକୁ ଷାଠିଏ ହଜାର ଟଙ୍କା ସହିତ ଟ୍ରଫି ଏବଂ ଫାଇନାଲ୍ ମ୍ୟାଚର ମେନ ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ୍ୟ ରଖା ଯାଇଛି। ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଏପରି ଏକ ଉଚ୍ଚକୋଟିର ଟୁର୍ଣ୍ଣାମେଣ୍ଟ ସହିତ ବହୁତ ବଡ଼ ରାଶିର ପୁରସ୍କାର ଦେଇ ଖେଳାଳି ମାନଙ୍କ ମନୋବଳ ବଢା଼ଉ ଥିବାରୁ ଆୟୋଜକ ମଣ୍ଡଳୀକୁ ଉଚ୍ଚ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ।ଏହି ଖେଳ ସମୟରେ ଏମଡି କଲିମ, ଗଜି ପାଣ୍ଡବ ସହିତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ମଧ୍ୟରେ ବଣ୍ଟି ନାଏକ, କୈଳାସ ତନ୍ତି,ବିଶାଳ କୁମରା, ଗୌରବ ଅମାତ, ଜଗଦୀଶ ପଟେଲ,ହେମନ୍ତ ରଣା, ନରେଶ ପଟେଲ, ରାଜେଶ ସାହୁ,ରଜତ ଅଧା,ଅଶୋକ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ ।


ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.