ଡିଣ୍ଡିରାଗାଁ ଗ୍ରାମ ପଂଚାୟତରେ (ଦ୍ଵିତୀୟ )ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ


ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଡିଣ୍ଡିରାଗାଁ ଗ୍ରାମ ପଂଚାୟତ ର ସଭାଗୃହ ରେ ଆଜି ସରପଞ୍ଚ ରଂଜିତା ମଲ୍ଲିକ ଙ୍କ ସଭାପତିତ୍ୱ ରେ ଆଜି ସ୍ୱତନ୍ତ୍ର ଗ୍ରାମସଭା (ଦ୍ଵିତୀୟ )ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝୁଲିଲତା ସାହୁ, ନାଏବ ସରପଞ୍ଚ ରାମ ମଲ୍ଲିକ, ପଂଚାୟତ ର ଦଶ ଗୋଟି ୱାର୍ଡ ର ୱାର୍ଡ ମେମ୍ବର, ସମସ୍ତ ମେଟ୍ ଏବଂ କିଛି ଭଦ୍ର ବ୍ୟକ୍ତି ଭଦ୍ର ମହିଳା, ସମସ୍ତ ଆଶାକର୍ମୀ , ଅଙ୍ଗନବାଡିକର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ମାନେ, ମିଶନ ଶକ୍ତି ର ମା ମାନେ ସବୁ ଉପସ୍ଥିତ ଥିଲେ |ଆଜିର ଏହି ବୈଠକ ରେ 2023-24 ଆର୍ଥିକ ବର୍ଷ ରେ ପଂଚାୟତ ର ସାମଗ୍ରିକ ବିକାଶ ଉପରେ ଟିଖିନିକି ଆଲୋଚନା ହାଇଥିଲା |ଦାରିଦ୍ର୍ୟ ମୁକ୍ତ ଏବଂ ଉନ୍ନତ ଜୀବିକା ଗ୍ରାମ, ପ୍ରଦ୍ୟୁପ୍ତ ଜଳ ଥିବା ଗ୍ରାମ, ଆତ୍ମ ନିର୍ଭରଶୀଳ ଭିତ୍ତି ଥିବା ଗ୍ରାମ, ମହିଳା ଅନୁକୋଣ ଗ୍ରାମ ଚୟନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ହରିଶ୍ଚନ୍ଦ୍ର ଯୋଜନା, ଏମ ଜି ଏନ ଆର ଇ ଜି ଏ, ଖାଦ୍ୟ ଯୋଗାଣ, କୃଷି, ଓ ଏ ଏଲ ଏମ ଏବଂ ଏସ ଏଚ ଜି ପରିଚାଳନା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଉପରେ ଗୁରୁତ୍ୱ ଦେଇ ଆଲୋଚନା କରାଯାଇଥିଲା |

nis-ad
Leave A Reply

Your email address will not be published.