ବିବିସି ଡକ୍ୟୁମେଣ୍ଟାରି ବିବାଦ : ମୋଦୀଙ୍କ ସପକ୍ଷରେ ବାହାରିଲେ ସୁନକ୍, ପାକିସ୍ତାନୀ ବଂଶୋଦ୍ଭବ ସାଂସଦଙ୍କୁ ସମାଲୋଚନା

ନୂଆଦିଲ୍ଲୀ : ୨୦୦୨ ଗୁଜରାଟ ଦଙ୍ଗା ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ପକ୍ଷରୁ ପ୍ରସାରିତ ଡକ୍ୟୁମେଣ୍ଟାରିକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏ ପ୍ରସଙ୍ଗରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସେ ନିଜକୁ ଏହି ଡକ୍ୟୁମେଣ୍ଟାରିଠାରୁ ଅଲଗା ରଖିବା ସହ ଏଥିରେ କରାଯାଇଥିବା ଚରିତ୍ରଚିତ୍ରଣ ସହ ଏକମତ ନୁହନ୍ତି ବୋଲି କହିଛନ୍ତି । ଏହା ସହିତ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଥିବାରୁ ସେ ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟିଶ ସାଂସଦ ଇମ୍ରାନ ହୁସେନଙ୍କୁ ନିନ୍ଦା କରିଛନ୍ତି ।
ବ୍ରିଟିଶ ପାର୍ଲିଆମେଣ୍ଟରେ ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ( ଗୁଜରାଟ ଦଙ୍ଗା) ତାଙ୍କ ସରକାରଙ୍କ ଏକ ସ୍ପଷ୍ଟ ଆଭିମୁଖ୍ୟ ରହିଆସିଛି । ତାଙ୍କ ସରକାର କୌଣସି ପ୍ରକାରର ଅତ୍ୟାଚାରକୁ ବିରୋଧ କରେ, କିନ୍ତୁ ଡକ୍ୟୁମେଣ୍ଟାରୀରେ କରାଯାଇଥିବା ଚରିତ୍ର ଚିତ୍ରଣ ସହ ସେ ଏକମତ ନୁହନ୍ତି ।

ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀରେ ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ମୋଦୀଙ୍କ ନେତୃତ୍ୱଉପରେ ପ୍ରଶ୍ନଚିହ୍ନ ଲଗାଯାଇଛି । ଏହି ଦୁଇ ଭାଗବିଶିଷ୍ଟ ସିରିଜର ନାଁ ରହିଛି “ଭାରତ: ମୋଦୀ ପ୍ରଶ୍ନ” । ଏଥିରେ କୁହାଯାଇଛି ଯେ ଏହି ଦଙ୍ଗା ସଂପର୍କରେ ତତକାଳୀନ ବ୍ରିଟିଶ ଦୂତାବାସ ତରଫରୁ ନିଜସ୍ବ ଉଦ୍ୟମରେ ଏକ ତଦନ୍ତ କରାଯାଇଥିଲା । ଏହାକୁ ଭାରତ ସରକାର ତୀବ୍ର ବିରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.