ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କଲେ ଖଲିସ୍ତାନୀ, ସପ୍ତାହକ ମଧ୍ୟରେ ୨ୟ ଘଟଣା…

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ କ୍ରମାଗତଭାବେ ହିନ୍ଦୁ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ସୋମବାରଦିନ କାରମ ଡନସଠାରେ ଥିବା ଶିବବିଷ୍ଣ ମନ୍ଦିରରେ ଖଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜା କରିବା ସହ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖିଥିଲେ । ଗତ ଏକ ସପ୍ତାହ ମଧ୍ୟରେ ହିନ୍ଦୁ ମନ୍ଦିର ଉପରେ ଏହା ହେଉଛି ୨ୟ ଆକ୍ରମଣ ।
ମକର ସଂକ୍ରାନ୍ତିରେ ଆରମ୍ଭ ହେଉଥିବା ତାମିଲ ପର୍ବ ଥାଇ ପୋଙ୍ଗଲ ଉପଲକ୍ଷେ ଶ୍ରଦ୍ଧାଳୁମାନେ ମଙ୍ଗଳବାରଦିନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବାବେଳେ ମନ୍ଦିରରେ ଭଙ୍ଗାରୁଜା ଓ କାନ୍ଥରେ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ପାଇଥିଲେ ।
ଏହା ଦେଖିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ଓ ସେମାନେ ଏହା ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି । ଉଷା ସନ୍ଥିଲନାଥନ ନାମକ ଶ୍ରଦ୍ଧାଳୁ କହିଛନ୍ତି ଯେ ଖଲିସ୍ଥାନୀମାନେ ଖୁଲମଖୁଲା ଏପରି ଭଙ୍ଗାରୁଜ୍ଜା ଓ ଘୃଣାର ପ୍ରସାର କରୁଥିବା ଦେଖିବାକୁ ମିଳିବା ଗ୍ରହଣୀୟ ନୁହେଁ । ଭିକ୍ଟୋରିଆ (ରାଜ୍ୟ) ପୁଲିସ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
ଆଉ ଜଣେ ଶ୍ରଦ୍ଧାଳୁ କହିଛନ୍ତି ଯେ ଯଦି ଖଲିସ୍ତାନୀମାନଙ୍କ ସତସାହାତ ଅଛି, ସେମାନେ ଭିକ୍ଟୋରିଆ ରାଜ୍ୟର ପାର୍ଲିଆମେଣ୍ଟ ଭବନ କାନ୍ଥରେ ଏପରି ଲେଖନ୍ତୁ ।
ଏହା ପୂର୍ବରୁ ଗତ ୧୨ ତାରିଖରେ ମେଲବୋର୍ଣ୍ଣଠାରେ ଥିବା ସ୍ବାମୀନାରାୟଣ ମନ୍ଦିରରେ ବି ଭଙ୍ଗାରୁଜ୍ଜା ଓ ସ୍ଲୋଗାନ ଲେଖାଯାଇଥିଲା ।

nis-ad
Leave A Reply

Your email address will not be published.