ତ୍ରିପୁରା : ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ବିଜେପି-କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ

ଅଗରତାଲା : ବୁଧବାରଦିନ ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ତେବେ ତାରିଖ ଘୋଷଣାର ଅଳ୍ପ କିଛି ସମୟ ପରେ ହିଁ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି ।
ମିଳିଥିବା ସୂଚନା ଅନୁସାରେ, ବୁଧବାର ତ୍ରିପୁରାର ମଜଲିସପୁରରେ ହୋଇଥିବା ଏହି ରାଜନୈତିକ ସଂଘର୍ଷରେ କିଛି ଲୋକ ଆହତ ହୋଇଛନ୍ତି । ନିର୍ବାଚନ କମିସନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ମାତ୍ର ଅଧ ଘଣ୍ଟା ପରେ ଏହି ସଂଘର୍ଷ ହୋଇଥିଲା। ମଜଲିସପୁର ନିର୍ବାଚନମଣ୍ଡଳୀର ରାନିରବଜାର ମୋହନପୁର ଅଞ୍ଚଳରେ ଘଟିଥିବା ଏହି ସଂଘର୍ଷରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରେ କଂଗ୍ରେସ ନେତା ଡ. ଅଜୟ କୁମାର ମଧ୍ୟ ଥିଲେ। କଂଗ୍ରେସ ବିଧାୟକ ସୁଦୀପ ରାୟବର୍ମନ ଦାବି କରିଛନ୍ତି ଯେ ଆହତ ଦଳର ଅନେକ କର୍ମୀ ଏପର୍ଯ୍ୟନ୍ତ ରାନିରବଜାର ପୋଲିସ ଷ୍ଟେସନରେ ଅଛନ୍ତି। ସେ କହିଥିଲେ ଯେ ବହୁ ସଂଖ୍ୟକ ବିଜେପି କର୍ମୀଙ୍କ ଉପସ୍ଥିତି ଯୋଗୁଁ ସେମାନଙ୍କୁ ଡାକ୍ତରଖାନା ପଠାଯାଇପାରି ନାହିଁ ।

ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ବିରୋଧୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣର ନେତୃତ୍ୱ ନେଉଛନ୍ତି । ରାୟବର୍ମନ ଦାବି କରିଛନ୍ତି ଯେ ନିର୍ବାଚନ ଆୟୋଗ ମଜଲିସପୁର ସମେତ ପାଞ୍ଚଟି ବିଧାନସଭା ଆସନରେ ପୃଥକ ନିର୍ବାଚନ କରନ୍ତୁ । ତ୍ରିପୁରାରେ ଫେବୃଆରୀ ୧୬ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମାର୍ଚ୍ଚ ୨ ରେ ଭୋଟ୍ ଗଣନା ହେବ।

nis-ad
Leave A Reply

Your email address will not be published.