ହକି ବିଶ୍ବକପ୍‌: ୨-୧ ‌ଗୋଲ୍‌ରେ ଜାପାନ୍‌କୁ ହରାଇଲା କୋରିଆ…

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌ର ଅନ୍ୟ ଏକ ଲିଗ୍‌ ମ୍ୟାଚ୍‌ରେ ମଙ୍ଗଳବାର କୋରିଆ ୨-୧ ଗୋଲ୍‌ରେ ଜାପାନକୁ ହରାଇଛି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳର ଖେଳାଳି ଭଲ ଖେଳିଛନ୍ତି।

ପ୍ରଥମ କ୍ବାର୍ଟରରେ ଉଭୟ କୋରିଆ ଓ ଜାପାନ ଗୋଲ୍‌ ଦେଇଥିଲେ। ଜାପାନ ତରଫରୁ ନାଗାୟୋଶି କେନ୍‌ ପ୍ରଥମ ମିନିଟରେ ପେନାଲ୍ଟି‌ ଗୋଲ ଦେଇଥିଲେ। ଜବାବରେ ଲି ଜୁଙ୍ଗ୍‌ଜୁନ୍‌ ୮ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଲି ପୁଣି ଅନ୍ୟ ଏକ ଗୋଲ ଦେଇ କୋରିଆକୁ ୨-୧ରେ ଅଗ୍ରଣୀ କରାଇଥିଲେ।

ଉଭୟ ୩ୟ ଓ ୪ର୍ଥ କ୍ବାର୍ଟରରେ ଉଭୟ କୋରିଆ ଓ ଜାପାନର ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କୋରିଆକୁ ଏକାଧିକ ଥର ପେନାଲ୍ଟି ଗୋଲ୍‌ ଦେବାର ସୁଯୋଗ ମିଳିଥିଲେ ମଧ୍ୟ ଏହା କାର୍ଯ୍ୟରେ ପରିଣତ ହୋଇପାରି ନଥିଲା। କୋରିଆକୁ ମୋଟ ୮ ଥର ପେନାଲ୍ଟି ଗୋଲ୍‌ ଦେବାପାଇଁ ସୁଯୋଗ ମିଳିଥିଲା। ଅପରପକ୍ଷେ ଜାପାନକୁ ୬ ଥର ସୁଯୋଗ ମିଳିଥିଲେ ହେଁ ଏଥିରୁ ଗୋଟିଏ ଥର ସଫଳତା ମିଳିଥିଲା।

nis-ad
Leave A Reply

Your email address will not be published.