ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କର ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ୍…

କଟକ: କଟକ ମଧୁପାଟଣା ବ୍ରିଜ୍ ଉପରୁ ପିଲାକୁ ଧରି ମା’ର ଆତ୍ମହତ୍ୟା ଉଦ୍ୟମ। କୌଶଳ କରି ମହିଳାଙ୍କୁ ଉଦ୍ଧାର କଲେ ଟ୍ରାଫିକ କର୍ମଚାରୀ। ଟ୍ରାଫିକ୍‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚି ଯାଇଛି ଦୁଇଟି ଜୀବନ। ଆଜି ମଧ୍ୟାହ୍ନ ସମୟରେ ଘଟିଛି ଏହି ଘଟଣା।

ଉଦ୍ଧାର ମହିଳାଙ୍କ ଘର କଟକ ତିଗିରିଆ ଅଂଚଳରେ। ପାରିବାରିକ ଅସନ୍ତୋଷ କାରଣରୁ ସେ ଝିଅକୁ ଧରି ଆତ୍ମ ହତ୍ୟା ଉଦ୍ୟମ କରୁଥିବା ଜଣାପଡ଼ିଛି।

ମଧୁପାଟଣା ବ୍ରିଜ୍‌ ଉପରେ ଓ ତଳେ ଲୋକଙ୍କ ଗହଳି ଚହଳି ରହିଥିବା ବେଳେ ମହିଳା ଜଣକ ବ୍ରିଜ୍‌ର ବାଡ଼ ଉପରକୁ ଚଢ଼ିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖିବା ପରେ ନିକଟରେ ଉପସ୍ଥିତ ଟ୍ରାଫିକ୍‌ କର୍ମଚାରୀ ବିଭିନ୍ନ କଥାବାର୍ତ୍ତା ଜରିଆରେ କୌଣସି କ୍ରମେ ମହିଳାଙ୍କ ନିକଟରେ ପହଞ୍ଚି ଥିଲେ। ସୁଯୋଗ ଦେଖି ମହିଳାଙ୍କୁ ବ୍ରିଜ୍‌ ବାଡ଼ ଉପରୁ ଟାଣି ଆଣି ଜୀବନ ବଞ୍ଚାଇ ଥିଲେ। ଏହି ଟ୍ରାଫିକ ପୁଲିସ କର୍ମଚାରୀଙ୍କ ନାମ ତପନ କୁମାର ଦାସ ବୋଲି ଜଣାପଡ଼ିଛି।

ସେପଟେ ଏଭଳି ଆତ୍ମହତ୍ୟା ନ କରିବାକୁ ଓ ଧୈର୍ଯ୍ୟ ଧରି ସମସ୍ୟାର ସମାଧାନ କରିବାକୁ ଏହି ମହିଳାଙ୍କୁ ବୁଝାସୁଝା କରୁଛି ପୁଲିସ।

nis-ad
Leave A Reply

Your email address will not be published.