ଭୋଜିରେ ଖୁସିରେ ନାଚୁଥିବା ବେଳେ ଫାଟିଗଲା ଚଟାଣ, ଖସି ପଡ଼ିଲେ ୨୫ଜଣ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବେଳେବେଳେ ଏପରି ଘଟଣା ଘଟିଥାଏ ଯାହାକୁ ଦେଖିବା ପରେ ବି ବିଶ୍ୱାସ କରି ହୋଇ ନଥାଏ। ବେଳେବେଳେ କଥାକଥାରେ ଲୋକମାନେ ‘ପାଦ ତଳୁ ମାଟି ଖସିଗଲା’ ବୋଲି ଅନେକ ଥର କହୁଥିବାରୁ ଶୁଣିବାକୁ ମିଳିଥାଏ। କିନ୍ତୁ ଏମିତି ଏକ ଘଟଣା ବାସ୍ତବରେ ଘଟିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି।
ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ଏହି ଭିଡିଓର ଆରମ୍ଭରେ, ଆପଣ ଦେଖିପାରିବେ ଯେ ଗ୍ରାଜୁଏସନ ପାର୍ଟିରେ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ନାଚଗୀତରେ ମସଗୁଲ ରହିଛନ୍ତି। ଏହି ସମୟରେ ଏମିତି ଏକ ଦୁର୍ଘଟଣା ଘଟିଥିଲା ​​ଯେ ଯେଉଁଥିରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ପେରୁର ସାନ ମାର୍ଟିନରୁ ଆସିଛି । ଏଠାରେ ଏକ ଗ୍ରାଜୁଏସନ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ୨୪ଜଣରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ନାଚଗୀତ କରୁଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ଚଟାଣ ଫାଟି ଯାଇଥିଲା, ଆଉ ସେଥିରେ ପାଖାପାଖି ୨୫ଜଣ ଛାତ୍ରଛାତ୍ରୀ ଖସି ପଡ଼ିଥିଲେ।

ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। Pop_o_clock ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଲୋକଙ୍କୁ ଏପରି ସ୍ଥାନରେ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି । ଏହି ଘଟଣାରେ କେତେ ପିଲା ଆହତ ହୋଇଛନ୍ତି। କାହାର କ’ଣ ହୋଇଛି ସେନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।

nis-ad
Leave A Reply

Your email address will not be published.