ଚାଷୀଙ୍କୁ କେନ୍ଦ୍ର ସରକାରର ପ୍ରତାରଣା ବିରୁଦ୍ଧରେ ଜିଲ୍ଲାବ୍ୟାପି ପ୍ରତିବାଦ ଆନ୍ଦୋଳନର ନିଷ୍ପତ୍ତି

ବ୍ରହ୍ମପୁର : ଦେଶବାସୀଙ୍କୁ ବିଶ୍ୱାସ ଘାତକତା ଓ ଚାଷୀମାନଙ୍କୁ ମୋଦି ସରକାରର ପ୍ରତାରଣା ବିରୁଦ୍ଧରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଏକ ନେତୃସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ସୂଚନା ଯୋଗ୍ୟ ଯେ,ଦେଶର କୃଷି ବ୍ୟବସ୍ଥାକୁ କର୍ପୋରେଟ ହାତକୁ ଟେକିଦେବା ଭଳି କେନ୍ଦ୍ର ସରକାରଙ୍କ ଜଘନ୍ୟ ନିଷ୍ପତ୍ତି ବିରୁଦ୍ଧରେ ସମଗ୍ର ଦେଶରେ ହୋଇଥିବା ଐତିହାସିକ କୃଷକ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ମାନଙ୍କ ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ପରେ ସଂଯୁକ୍ତ କୃଷକ ମୋର୍ଚ୍ଚା ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା,ହେଲେ ଦୀର୍ଘ ଏକ ବର୍ଷ ଅତିକ୍ରାନ୍ତ ପରେ ବି ସେହି ଦିଗରେ ମୋଦି ସରକାର କୌଣସି ପଦକ୍ଷେପ ନ ନେଇ ଦେଶବାସୀଙ୍କୁ ପ୍ରତାରଣା ଦେଇଛନ୍ତି l ଏଣୁ ଦେଶବାସୀଙ୍କ ପ୍ରତି କେନ୍ଦ୍ରର ମୋଦି ସରକାରଙ୍କ ପ୍ରତାରଣା ଓ ବିଶ୍ୱାସ ଘାତକତା ବିରୁଦ୍ଧରେ ଆସନ୍ତା 26 ଜାନୁଆରୀରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପି ପ୍ରତିବାଦ ଅନୁଷ୍ଠିତ ହେବ l ଏହି ପରିପ୍ରେକ୍ଷୀରେ ଆଜି
ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ କୃଷକ ନେତା ଗୋପାଳ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ନେତୃସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ସହର ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି ପ୍ରତିବାଦ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି l କମାପଲ୍ଲୀ ଛକଠାରୁ ପୂର୍ବାହ୍ନ 11.30ମିନିଟ ସମୟରେ ଏକ ବାଇକ ଶୋଭାଯାତ୍ରାରେ ବାହାରି ବ୍ରହ୍ମପୁର ପୁରୁଣା ବସ ଷ୍ଟାଣ୍ଡ ଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବ l ଏଥିରେ ବିଭିନ୍ନ ମାନବବାଦୀ ଗଣତାନ୍ତ୍ରିକ ପ୍ରଗତିଶୀଳ ଗଣସଂଗଠନ ମାନଙ୍କ ସହ ବହୁ ସଂଖ୍ୟାରେ ଚାଷୀ,ଛାତ୍ର ଯୁବ ସଂଗଠନ,ଆଇନଜୀବି, କବି, ଲେଖକ ତଥା ସମସ୍ତ ବର୍ଗର ସଦସ୍ୟ ଯୋଗଦେବାକୁ ଅନୁରୋଧ କରାଯାଇଛି l ଏତଦସହ ଜିଲ୍ଲାରେ ଧାନ ମଣ୍ଡି ସମସ୍ୟା ଅତ୍ୟନ୍ତ ଉତ୍କଟ ରୂପ ଧାରଣ କରିଥିବାବେଳେ ଏହା ବିରୁଦ୍ଧରେ ଆସନ୍ତା 21ତାରିଖ ଛତ୍ରପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ମାନଙ୍କ ଗଣଧାରଣା ଅନୁଷ୍ଠିତ ହେବ ବୋଲି ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଜଣାଇଦିଆଯାଇଛି l ଆଜିର ଏହି ବୈଠକରେ କୃଷକ ନେତା ଶ୍ରୀହର୍ଷ ରଥ,ପି. ହରିକୃଷ୍ଣ ରେଡ୍ଡୀ, ଭାଲଚନ୍ଦ୍ର ଷଡ଼ଙ୍ଗୀ,ଶଙ୍କର ସାହୁ,ଅବନୀ ଗୟା, ଗୋପାଳ ପାଣିଗ୍ରାହୀ,ନୀଳକଣ୍ଠ ଦାସ,ଅଜୟ ଗୌଡ଼,ସିମାଞ୍ଚଳ ନାହାକ,ପେଦିନୀ ପାର୍ବତୀ,ପପୂନୁ ସାହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.