ଆସନ୍ତା ୧୬ରୁ ଲାଗିବ ଆବାସ ଯୋଗ୍ୟ ହିତାଧିକାରୀଙ୍କ ତାଲିକା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ହକଦାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ ଆସନ୍ତା ୧୬ ତାରିଖରୁ । ଏହାସହ ଫୋନି ବାତ୍ୟା ପୀଡ଼ିତଙ୍କ ମଧ୍ୟରୁ ଆବାସ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ମଧ୍ୟ ଜାରି କରାଯିବ ।

ଆସନ୍ତା ୧୬ରୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପଞ୍ଚାୟତ ଅଫିସ, ସ୍କୁଲ, ଅଙ୍ଗନବାଡ଼ି ଓ ବିଭିନ୍ନ ପ୍ରମୁଖ ସ୍ଥାନମାନଙ୍କରେ ଲଗାଯିବ ।

୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କର ତାଲିକା ଲଗାଯିବ । ଯଦି ଏ ନେଇ କାହାରି କୌଣସି ଆପତ୍ତି ଥିବ, ସେ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ଅଭିଯୋଗ ଦାଖଲ କରିପାରିବେ । ପ୍ରତି ବ୍ଲକ ପଏଣ୍ଟରେ ମଧ୍ୟ ଏଥିପାଇଁ ବ୍ୟବସ୍ଥା ରହିବ । ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ରହିବେ । ଆପତ୍ତି, ଅଭିଯୋଗ ଉପରେ ସ୍ୱତନ୍ତ୍ର ଗ୍ରାମସଭା କରାଯିବ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ୯.୫୯ ଲକ୍ଷ ଘର ମଞ୍ଜୁର କରିଛନ୍ତି । ଏଥିରୁ ୧.୪୨ ଲକ୍ଷ ଘର ଫୋନି ବାତ୍ୟା ପୀଡ଼ିତଙ୍କ ପାଇଁ । ଏହାବାଦ ଅନ୍ୟ ହିତାଧିକାରୀଙ୍କ ପାଇଁ ରହିଛି ୮ ଲକ୍ଷ ୧୭ ହଜାର ଘର ।

nis-ad
Leave A Reply

Your email address will not be published.