ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ…

ନୂଆଦିଲ୍ଲୀ: ରାଜଧାନୀର ଦିଲ୍ଲୀରେ ହାଡ଼ଭଂଗା ଶୀତ। ଗତକାଲି ଶନିବାର ତୁଳନାରେ ଦିଲ୍ଲୀରେ ଆଜି ପ୍ରବଳ ଶୀତ ଅନୁଭୂତ ହୋଇଥିଲା। ଆସନ୍ତା ସପ୍ତାହରେ ତାପମାତ୍ରା ପ୍ରାୟ ମାଇନସ୍ ୪ ଡିଗ୍ରୀ ଯାଏଁ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀ ସହ ଆଖପାଖ ଅଂଚଳରେ ଏଭଳି ଶୀତ ଅନୁଭୂତ ହେବ। ଦିଲ୍ଲୀର ସଫଦରଜଙ୍ଗ ଅଂଚଳରେ ସବୁଠାରୁ କମ ଶୀତ ଅନୁଭୂତ ହେଉଛି। ଏଠାରେ ତାପମାତ୍ରା ୯. ୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ପାଲମ ଅଞ୍ଚଳରେ ତାପମାତ୍ରା ୧୨. ୪ ଡିଗ୍ରୀ ରେକର୍ଡ ହୋଇଛି । ଗୁରୁବାର ଦିନ ଏଠାରେ ଅଧିକ ଶୀତ ଅନୁଭୂତ ହୋଇଥିଲା । ସର୍ବନିମ୍ନ ତାପମାତ୍ରା ପ୍ରାୟ ୯. ୩ ଡିଗ୍ରୀକୁ ଖସି ଆସିଥିଲା ।
ସେହିପରି ଦିଲ୍ଲୀରେ ଭିଜିବିଲିଟି ମାନ ମଧ୍ୟ ହ୍ରାସ ପାଇଛି। ପାଲମ ଏବଂ ସଫଦରଜଙ୍ଗ ଅଂଚଳରେ ଭିଜିବିଲିଟି ୫ଶହ ମିଟର ରହିଛି । ପ୍ରବଳ କୁହୁଡି ଯୋଗୁଁ ଦିଲ୍ଲୀରୁ ସାନଫ୍ରାନସିସ୍କୋ, କାଠମାଣ୍ଡୁ, ଚଣ୍ଡିଗଡ଼, କୁଲ୍ଲୁ,ଜୟପୁର, ଧରମଶାଳା, ଶିମଲା ଏବଂ ଡେରାଡୁନକୁ ବିମାନ ଚଳାଚଳ ବିଳମ୍ବ ହୋଇଥିଲା । ସେହିପରି ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ତୁଷାର ପାତ ହେଉଛି । ଆଉ ଏହାର ପ୍ରଭାବ ଦିଲ୍ଲୀ-ଏନସିଆରରେ ପଡୁଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସି ଆସିଛି । ଏହାସହ ଦିଲ୍ଲୀ ଓ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ହାଡଭଙ୍ଗା ଶୀତ ଅନୁଭୁତ ହୋଇଛି । ଏହାକୁ ନେଇ ଆଇଏମଡି ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି କମ ହେବ ବୋଲି ଅନୁମାନ ଲଗାଇଛି ପାଣିପାଗ ବିଭାଗ ।

nis-ad
Leave A Reply

Your email address will not be published.