୨୪ରେ ଏକାକି ଲଢ଼ିବ ବିଏସପି: ମାୟାବତୀ…

ନୂଆଦିଲ୍ଲୀ: ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଏସପି କାହା ସହ ମେଣ୍ଟ କରିବନି। ବରଂ ଏକାକି ଲଢ଼ିବ। ଆଜି ଜନ୍ମ ଦିନ ଅବସରରେ ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀ ଏହା କହିଛନ୍ତି। ଏହି ଅବସରରେ ମାୟାବତୀ ରାଜନୈତିକ ଦଳଗୁଡ଼ିକୁ କଡ଼ା ଆହ୍ୱାନ କରିଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ଗୁଡ଼ିକୁ ଟାର୍ଗେଟ କରିଛନ୍ତି ମାୟାବତୀ । ସେ କହିଛନ୍ତି, ନିର୍ବାଚନରେ ଦଳ କାହା ସହ ମେଣ୍ଟ କରିବ ନାହିଁ । ନିଜେ ପ୍ରତିଦ୍ୱନ୍ଦିତା କରିବ ।
ଯଦି ନିର୍ବାଚନ ବାଲାଟ ପେପର ମାଧ୍ୟମରେ ହୁଏ ତେବେ କ୍ଷୀର କ୍ଷୀର ଓ ପାଣି ପାଣି ହୋଇଯିବ ବୋଲି ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି । ଆଜି ମାୟାବତୀଙ୍କ ଜନ୍ମଦିନ ଥିବାରୁ ରାଜ୍ୟ ମୁଖ୍ୟାଳୟରେ ଏନେଇ ଗଣମାଧ୍ୟମ କର୍ମଚାରୀ ମାନଙ୍କୁ ସେ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାତିଆଣ ଓ ଛୋଟ ଚିନ୍ତାଧାରା ଭଳି କଥାକୁ ଦୂର କରିବାକୁ ବିଏସପି ଚେଷ୍ଟା କରୁଛି। ସେହିପରି ମାୟାବତୀ ବିଜେପିକୁ କଡ଼ା ଟର୍ଗେଟ ମଧ୍ୟ କରିଛନ୍ତି । ମାୟାବତୀ କହିଛନ୍ତି, ଗ୍ଲୋବାଲ ସମ୍ମିଳନୀ ନାଁରେ ବିଜେପି ତାର ଖରାପ ନୀତିକୁ ଘଉଡାଇବାକୁ ଚେଷ୍ଟା କରୁଛି । ଆଇନ୍‌ ଶୃଙ୍ଖଳାକୁ ନେଇ ଖେଳ ଚାଲିଛି । ବର୍ତ୍ତମାନ ଉଭୟ କଂଗ୍ରେସ ଓ ବିଜେପି ବିଏସପିର ପଥ ଅନୁସରଣ କରୁଛନ୍ତି । ଓବିସି ସଂରକ୍ଷଣ ଉପରେ ଉଭୟ ବିଜେପି ଓ କଂଗ୍ରେସ ବିଏସପିର କାର୍ଯ୍ୟକୁ ଅନୁସରଣ କରୁଛନ୍ତି । ବାଲାଟ ପେପରରେ ଆଗାମୀ ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.