ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରି ଗିରଫ ହେଲେ ଶିବସେନା ନେତା…

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରି ଗିରଫ ହୋଇଛନ୍ତି ଶିବସେନା ନେତା | ବାସ୍ତବରେ ମୁମ୍ବାଇରେ ଶିବସେନା ନେତା ଓ ତାଙ୍କ ସମର୍ଥକମାନେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରିଥିଲେ। ଶୁକ୍ରବାର ଚେମ୍ବୁର ଅଞ୍ଚଳରେ ଜନ୍ମଦିନ ପାଳନ କରିଥିବାବେଳେ ଏବେ ଶିବସେନା ନେତାଙ୍କୁ ଗିରଫ କରାଯାଇଛି | ଉଲ୍ଲେଖ ଥାଉ କି ଛୋଟା ରାଜନ ବର୍ତ୍ତମାନ ଜେଲରେ ଅଛି। ତାଙ୍କ ବିରୋଧରେ ଅନେକ ମାମଲାରେ ଶୁଣାଣି ଚାଲିଛି। ଛୋଟା ରାଜନର ଜନ୍ମଦିନ ପାଳନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶିବସେନାର ଉଦ୍ଧବ ଠାକରେ ଦଳର ନେତା ନୀଲେଶ ପରାଡକର । ଉଦ୍ଧବ ଠାକରେ ନୀଲେଶ ପରାଡକରଙ୍କୁ ନଭି ମୁମ୍ବାଇର ଯୋଗାଯୋଗ ମୁଖ୍ୟ କରିଥିଲେ।
ମିଳିଥିବା ସୂଚନା ମୁତାବକ ଛୋଟା ରାଜନର ଜନ୍ମଦିନରେ ନୀଲେଶ ପରାଡକର ଏବଂ ତାଙ୍କ ସହକର୍ମୀମାନେ କେକ୍ କାଟିଥିଲେ । ସେହି କେକ୍ ଉପରେ ବିଗ୍ ବସ୍ ଲେଖାଯାଇଥିଲା | ଏହାପରେ ଶିବସେନା ନେତା ଛୋଟା ରାଜନଙ୍କ ଜନ୍ମଦିନ ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହା ବ୍ୟତୀତ ଶନିବାର ମୁମ୍ବାଇର ମାଲାଡରେ ଡନ୍ ଛୋଟା ରାଜନର ପୋଷ୍ଟର ଲଗାଇବା ଅଭିଯୋଗରେ ମାମଲା ରୁଜୁ କରି ୬ଜଣଙ୍କୁ ଗିରଫ କରିଥିଲା। ଏହି ଅବସରରେ କବାଡି ମ୍ୟାଚ ଆୟୋଜନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ପୁଲିସ ଏକ ମାମଲା ରୁଜୁ କରିଛି।

ପୋଷ୍ଟର ଅନୁଯାୟୀ, ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ଅବସରରେ ଶୁକ୍ରବାର ଏକ କବାଡି ମ୍ୟାଚ ଆୟୋଜିତ ହୋଇଥିଲା। ଉଲ୍ଲେଖ ଥାଉ କି ଛୋଟା ରାଜନ ମୂଳତଃ ଚେମ୍ବୁର ନିବାସୀ ହୋଇଥିବାବେଳେ ନିକଟରେ ସାମ୍ବାଦିକ ଜେଡେଙ୍କ ହତ୍ୟା ମାମଲାରେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେ ବର୍ତ୍ତମାନ ଜେଲରେ ଅଛି ।

nis-ad
Leave A Reply

Your email address will not be published.