ସରିଲା ବିଶ୍ଵକପର ପ୍ରଥମ ମ୍ୟାଚ୍: ୧-୦ରେ ଜିତିଲା ଆର୍ଜେଣ୍ଟିନା…

ଭୁବନେଶ୍ୱର: ଶେଷ ହୋଇଛି ବିଶ୍ଵକପର ପ୍ରଥମ ମ୍ୟାଚ୍। ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ ମୁହାଁମୁହିଁ ହୋଇଥିଲେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ରେ ଜିତିଛି। ଉଭୟ ଦଳ ମଧ୍ୟରେ କଡା ଟକର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ପରବର୍ତୀ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ। ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ୩ ଥର ବିଶ୍ୱ ବିଜୟୀ ହୋଇସାରିଛି। ହକି ମହାକୁମ୍ଭର ଦମଦାର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହୋଇଛି ଏହି ମେଗା ଟୁର୍ଣ୍ଣାମେଣ୍ଟ।

ଏଣେ ଆଜି (ଶୁକ୍ରବାର) ରାଉରକେଲାର ନୂଆ ସର୍ବବୃହତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି ହକି ମ୍ୟାଚ୍‌। ପ୍ରଥମ ଦିନରେ ଭାରତ- ସ୍ପେନ ମ୍ୟାଚ୍‌ ଥିବାରୁ ଖେଳ ଦେଖିବାକୁ ସହରବାସୀଙ୍କ ମଧ୍ୟରେ ରହିଛି ନାହିଁ ନଥିବା ଉତ୍କଣ୍ଠା। ଖେଳକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ‌ହୋଇଛି। ଦର୍ଶକଙ୍କ ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଅନ୍ୟାନ୍ୟ ବ୍ୟବସ୍ଥାକୁ ଜିଲ୍ଲା ପୁଲିସ ଗୁରୁତ୍ବ ଦେଇଛି। ଷ୍ଟାଡିୟମ ସୁରକ୍ଷାରେ ମୋଟ ୫୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବ। ଏଥିସହ ୨ ଏସପି ରାଙ୍କ ଅଫିସର, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୨ ଇନ୍ସପେକ୍ଟର, ୩୪୦ ଏସ୍‌ଆଇ ଓ ଏସ୍‌ଆଇ ୪୨୬ ଗୃହରକ୍ଷୀଙ୍କୁ ମଧ୍ୟ ମୁତୟନ କରାଯିବ। ଗୁରୁବାର ଦିନ ରାଉରକେଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମୁକେଶ କୁମାର ଭାମୋ ଷ୍ଟାଡିୟମ ଓ ସହରର ସୁରକ୍ଷା ସୁରକ୍ଷା, ଶାନ୍ତିଶୃଙ୍ଖଳା, ଟ୍ରାଫିକ୍‌ ନିୟନ୍ତ୍ରଣ, ଷ୍ଟାଡିୟମକୁ ଖେଳ ଦେଖି ଆସୁଥିବା ଦର୍ଶକଙ୍କ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବ‌େ ସେ ସମ୍ପର୍କରେ ସୂଚନା ଦେଇଥିଲେ।

nis-ad
Leave A Reply

Your email address will not be published.