ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍…

ଛତ୍ରପୁର : ଛତ୍ରପୁର ଥାନା ପୋଲିସ୍ ପକ୍ଷରୁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗ କରାଯାଇ ମଦ୍ୟପାନ କରି ଗାଡି ଚାଳନା କରୁଥିବା ୬ ଟି ଗାଡିକୁ ଜବତ କରାଯିବା ସହିତ ଗାଡି ଚାଳକମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜାମ ଏସପି ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ସବ ଇନସିପେକ୍ଟର ସିଲୁ ଧଳଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ଓ କର୍ମଚାରୀ ଏହି ପେଟ୍ରୋଲିଙ୍ଗ ରେ ସାମିଲ ହୋଇ ସହରରେ ମଦ୍ୟପାନ କରି ଗାଡି ଚଲାଉଥିବା ଚାଳକ ମାନଙ୍କୁ ଧରି କୋର୍ଟ ଚାଲାଣ କରିଛନ୍ତି । ସହରରେ ହେଉଥିବା ଦୁର୍ଘଟଣାକୁ ରୋକିବା ଲାଗି ଛତ୍ରପୁର ପୋଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.