ସାଇବାବାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୧୦ ଭକ୍ତଙ୍କ ଜୀବନ…

ମୁମ୍ବାଇ: ମହାରାଷ୍ଟ୍ରର ନାଶିକ-ଶିରିଡ଼ି ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ୩୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତମାନେ ସାଇବାବାଙ୍କୁ ଦର୍ଶନ କରିବାକୁ ବସ୍‌ରେ ଯାଉଥିବା ବେଳେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।
ପୁଲିସ୍‌ କହିଛି ଯେ ବସ୍‌ଟି ତୀର୍ଥଯାତ୍ରୀଙ୍କୁ ନେଇ ଶିରିଡ଼ି ସାଇବାବା ମନ୍ଦିରକୁ ଯାଉଥିଲା। ହେଲେ ପାଥାରେ ଗାଁ ନିକଟରେ ବସ୍‌ ସହ ଟ୍ରକ୍‌ର ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାରେ ବସ୍‌ଟି ଛିନଛତ୍ର ହୋଇଯାଇଛି। ମୃତକଙ୍କ ମଧ୍ୟରେ ୫ଜଣ ମହିଳା, ୩ ଜଣ ପୁରୁଷ ଓ ୨ ଜଣ ପିଲା ରହିଛନ୍ତି। ଘରୋଇ ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀ ଥାନେରୁ ଶିରିଡ଼ି ସାଇବାବାଙ୍କ ଦର୍ଶନ ନିମନ୍ତେ ଯାଉଥିଲେ। ଉଲ୍ଲାସନଗରରୁ ମୋଟ ୧୫ଟି ବସ୍‌ ବାହାରିଥିବା ବେଳେ ତା’ ମଧ୍ୟରୁ ଗୋଟିଏ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ପୁଲିସ୍‌ କହିଛି।
ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିସହ ସେ ପ୍ରଶାସନକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

nis-ad
Leave A Reply

Your email address will not be published.