ମୋଦିଙ୍କ ରୂପରେ ପୁନର୍ଜନ୍ମ ନେଇଛନ୍ତି ସ୍ୱାମୀ ବିବେକାନନ୍ଦ; ବିଜେପି ସାଂସଦଙ୍କ ବୟାନକୁ ନେଇ ବିବାଦ…

କୋଲକାତା: ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରି ବିବାଦରେ ଫସିଛନ୍ତି ବିଜେପିର ପଶ୍ଚିମବଙ୍ଗ ସାଂସଦ ସୌମିତ୍ର ଖାନ। ସ୍ୱାମୀ ବିବେକାନନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୂପରେ ପୁନର୍ଜନ୍ମ ନେଇଛନ୍ତି ବୋଲି ସେ କହିଛନ୍ତି।
ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ଉପଲକ୍ଷେ ଗୁରୁବାର ବାଙ୍କୁରାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସୌମିତ୍ର ଯୋଗ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ସ୍ୱାମୀଜୀ ନୂଆ ରୂପରେ ପୁନର୍ଜନ୍ମ ନେଇଛନ୍ତି। ତାଙ୍କ ନୂଆ ରୂପ ହେଉଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ ମାନଙ୍କ ପାଇଁ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଭଗବାନ ସଦୃଶ। ମା’ଙ୍କ ମୃତ୍ୟୁ ସତ୍ତ୍ୱେ ଆଜିକା ଦିନରେ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ମୋଦି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି, ମୁଁ ଭାବୁଛି ସେ ହେଉଛନ୍ତି ଆଧୁନିକ ଭାରତର ସ୍ୱାମୀଜୀଙ୍କ ନୂଆ ରୂପ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଓ ଦେଶବାସୀଙ୍କ ସେବା କେମିତି କରୁଛନ୍ତି ଥରେ ଦେଖନ୍ତୁ। ଏହାକୁ ଦେଖିଲା ପରେ ଆମେ କହିପାରିବା ଯେ ସେ ଆଧୁନିକ ଭାରତର ସ୍ୱାମୀ ବିବେକାନନ୍ଦ।”
ତେବେ ଏପରି ତୁଳନାତ୍ମକ ବୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଟିଏମସି ମନ୍ତ୍ରୀ ଓ କୋଲକାତା ମେୟର ଫିରହଦ ହାକିମ କହିଛନ୍ତି ଯେ ସାଂସଦ ସୌମିତ୍ରଙ୍କ ବୟାନ ସ୍ୱାମୀ ବିବେକାନନ୍ଦଙ୍କ ପାଇଁ ଅପମାନ। ସ୍ୱାମୀ ବିବେକାନନ୍ଦଙ୍କ ବିଚାରଧାରା ବିଜେପିର ବିଚାରଧାରା ଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି ସେ କହିଛନ୍ତି।
ପ୍ରଥମଥର ପାଇଁ ସ୍ୱାମୀ ବିବେକାନନ୍ଦଙ୍କୁ କୌଣସି ବିଜେପି ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳନାର କରିନାହାନ୍ତି। ଏହାପୂର୍ବରୁ ବିହାର ବିଜେପି ସଭାପତି ନିତ୍ୟାନନ୍ଦ ରାଏ ମଧ୍ୟ ସ୍ୱାମୀ ବିବେକନାନ୍ଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୂପରେ ପୁନର୍ଜନ୍ମ ନେଇଥିବା କହିଥିଲେ।

nis-ad
Leave A Reply

Your email address will not be published.