ବାଉଁଶନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ ଡାକ୍ତର ଓ କର୍ମଚାରି ଙ୍କ ଦରମା ବନ୍ଦ ନିର୍ଦେଶ ଦେଲେ ଜିଲ୍ଲାପାଳ…

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ ଚିକିତ୍ସା ଅବହେଳା ଯୋଗୁ ବାଉଁଶନି ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସୂଚନା ଅନୁସାରେ ବାଉଁଶନି ଡାକ୍ତରଖାନା ର
ସ୍ୱାସ୍ଥ୍ୟ ସେବା ରେ ଅନ୍ୟମିତତା ହେଉଥିବା ନେଇ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଥିଲା l


ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅଭିଯୋଗ ତଦନ୍ତ ପାଇଁ ଜଣେ ଅଧିକାରୀ ଙ୍କୁ ପଠେଇ ଥିଲେ l ସମ୍ପୃକ୍ତ ଅଧିକାରୀ ତଦନ୍ତ ପାଇଁ ବାଉଁଶୁଣି ଡାକ୍ତରଖାନା ପହଞ୍ଚିଥିଲେ l
ମାତ୍ର ସେଠାରେ ଜଣେ ବି ଡାକ୍ତର କି ଅନ୍ୟ କର୍ମଚାରୀ ଜଣେ ବି ଉପସ୍ଥିତ ନଥିଲେ l ଅଭିଯୋଗ ର ପ୍ରମାଣ ପାଇବା ପରେ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତ କର୍ମଚାରୀ ଙ୍କ ଦରମା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି l

nis-ad
Leave A Reply

Your email address will not be published.