କୋଲକାତାରୁ ଭୁବନେଶ୍ଵର ଆସି ମରାମତି ହେବ ଡାକୋଟା ବିମାନ…

ଭୁବନେଶ୍ବର: ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତା ବିମାନବନ୍ଦରରୁ ଭୁବନେଶ୍ଵର ଆଣିବା ଲାଗି ଏକ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି। ଏହି ଏଜେନ୍ସି ଡାକୋଟା ବିମାନକୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ (ଡିସମେଣ୍ଟେଲ୍) କରି ସଡ଼କ ପଥରେ ଏହାକୁ ଭୁବନେଶ୍ଵର ଆଣିବ। ଭୁବନେଶ୍ଵର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ କୋଲକାତା ବିମାନବନ୍ଦରରେ ଡାକୋଟା ବିମାନ ବିଭିନ୍ନ ଭାଗରେ ବିଭକ୍ତ (ଡିସମେଣ୍ଟେଲ୍) ହୋଇସାରିଛି। ୧୪ ତାରିଖରେ ଏହା କୋଲକାତାରୁ ବାହାରିବ। ଆଶା କରାଯାଉଛି, ୧୬ ତାରିଖରେ ଏହା ଭୁବନେଶ୍ଵର ପହଞ୍ଚିବ। ଏଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ହ୍ୟାଙ୍ଗରରେ ଡାକୋଟାକୁ ରିଆସେମ୍ୱଲ ( ପୁନଃବ୍ୟବସ୍ଥିତ) କରାଯିବ। ଡାକୋଟାର ଯେଉଁ ଅଂଶ ଖରାପ ହୋଇଯାଇଛି, ତାକୁ ମରାମତି କରିବା ପରେ ତାହାକୁ ଟର୍ମିନାଲ-୧ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଲିଜରେ ଦିଆଯାଇଥିବା ସ୍ଥାନରେ ଦର୍ଶକଙ୍କ ପାଇଁ ସ୍ଥାପନ କରିବେ ରାଜ୍ୟ ସରକାର।

nis-ad
Leave A Reply

Your email address will not be published.