ଏଲଏସିରେ ବଢୁଛନ୍ତି ଚୀନ ସେନା, ଆମେ ସତର୍କ : ସେନାଧ୍ୟକ୍ଷ…

ନୂଆଦିଲ୍ଲୀ : ପ୍ରକୃ ନିୟନ୍ତ୍ରଣ ରେଖା ବା ଏଲଏସି ସେପଟେ ପୁଣି ସୈନ୍ୟ ସଂଖ୍ୟା ବଢାଇବା ଆରମ୍ଭ କରିଛି ଚୀନର ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏ । କିନ୍ତୁ ସବୁ ସ୍ଥିତିର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି ବୋଲି ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ।

ବାର୍ଷିକ ସେନା ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପୂର୍ବାଞ୍ଚଳ କମାଣ୍ଡ ଅଧିନରେ ଆସୁଥିବା ପ୍ରକୃତ ନିୟନ୍ତ୍ରଣ ରେଖା ସେପଟେ ପୁଣି ଚୀନର ସୈନ୍ୟ ସଂଖ୍ୟା ବୃଦ୍ଧି ପାଉଛି । ସ୍ଥିତି ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିଛି ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନକୁ ଲାଗିଥିବା ଉତ୍ତରସୀମାରେ ସ୍ଥିତି ନିୟନ୍ତ୍ରଣରେ ରହିଥିଲେ ବି ଉତ୍ତେଜନାପୂର୍ଣ୍ଣ ରହିଛି । କିନ୍ତୁ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟମରେ ୭ରୁ ୫ ଟି ପ୍ରସଙ୍ଗର ସମାଧାନ ହୋଇଛି । କିନ୍ତୁ ଭାରତୀୟ ସେନା ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ।

ସେ କହିଛନ୍ତି ଯେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ବିରତିର ଭଲ ଫଳ ମିଳୁଛି ଓ ସ୍ଥିତି ଶାନ୍ତ ରହିଛି । ଏହା ସତ୍ତ୍ବେ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରେତ୍ସାହନ ଦେବା ଜାରି ରଖିଛି ।

nis-ad
Leave A Reply

Your email address will not be published.