ଛତ୍ରପୁର : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ହଲରେ ଭିସି ମାଧ୍ୟମରେ ରାଜ୍ୟସ୍ତରୀୟ ସାମାଜିକ ସୁରକ୍ଷା ବିଭାଗର ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସାମାଜିକ ସୁରକ୍ଷା ବିଭାଗର କମିସନର ତଥା ସଚିବ ଭାସ୍କର ଶର୍ମା ଓ ନିର୍ଦ୍ଦେଶିକା ଶ୍ରୀମତୀ ବ୍ରତତି ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ । ସାମାଜିକ ସୁରକ୍ଷା ବିଭାଗର ଥିବା ସମସ୍ତ ଯୋଜନା ସଂପର୍କରେ ପ୍ରତ୍ୟେକ ଜିଲା ୱାରୀ ସମିକ୍ଷା କରିବା ସହ ଏଣିକି ହିତାଧିକାରୀଙ୍କ ଆଧାରକାର୍ଡ ନଥିଲେ ଭତା ମିଳିବ ନାହିଁ ବୋଲି କହିଥିଲେ । ଯେଉଁ ହିତାଧିକାରୀଙ୍କ ଆଧାରକାର୍ଡ ନାହିଁ ସେମାନେ ତୁରନ୍ତ କରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲାରେ ୩ଲକ୍ଷ ୬୯ ହଜାର ୯୯୬ ଜଣ ହିତାଧିକାରୀ ଭତା ପାଉଛନ୍ତି । ମଧୁବାବୁ ପେନସନ ଯୋଜନାରେ ୨ଲକ୍ଷ ୨୦ ହଜାର ୫୬୦ ଜଣ ହିତାଧିକାରୀ ଭତା ପାଉଥିବା ବେଳେ ସେଥିରୁ ୮୬ ପ୍ରତିଶତ ଜଣକ ଆଧାର କାର୍ଡ ରହିଛି । ପ୍ରତି ମାସରେ ଯେଉଁ ହିତାଧିକାରୀ ଭତା ନେଉଛନ୍ତି କାହାର ମୃତ୍ୟୁ ହେଲେ ତାହାକୁ ଚିହ୍ନଟ କରି ବାଦ ଦେଇ ନୁଆଁ ହିତାଧିକାରୀ ଚିହ୍ନଟ ଉପରେ ଫୋକସ ଦିଆଯାଇଛି । ଜିଲାରେ ଥିବା ସ୍ୱତନ୍ତ୍ର ସ୍କୁଲର ଦରମା ଏବଂ ଖାଲିଥିବା ପଦବୀ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଗଞ୍ଜାମରେ ୬ଟି ଏହି ସ୍କୁଲ ରହିଥିବା ବେଳେ ୨୬ ଟି ପଦବୀ ଖିଲି ରହିଥିଲା ଯାହାକି ଆଜି ଏକ କମିଟି ଗଠନ ହୋଇ ତାହା ପୁରଣ ହୋଇଥିବା ବିଭାଗୀୟ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁର ପାଲୁର ହିଲ ଠାରେ ଆଇଆଇସି କମ୍ପେଲ୍ସ ନିର୍ମାଣ ଚାଲିଛି ତାହାର ଅଗ୍ରଗତି ସର୍ମ୍ପକରେ ଆଲୋଚନା କରାଯାଇଥିଲା । ଏହି ଭିସି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣି ଦାସ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା, ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଆରସୋ ଶବର, ବ୍ରହ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା,ସମସ୍ତ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଏବଂ ପ୍ରତି ଏନଏସିର ସିଇଓ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.