ଯୁବକଙ୍କ ଉପରକୁ ଏସିଡ ପକାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ…

ଦେବଗଡ଼: ଏସିଡ ଆକ୍ରମଣରେ ଜଣେ ଯୁବକ ଗୁରୁତର। ଦେବଗଡ଼ ପୌରାଞ୍ଚଳ ମୁଣ୍ଡା ସାହିରେ ଅଘଟଣ। ଚାଲି ଚାଲି ଆସୁଥିବା ବେଳେ ଯୁବକଙ୍କୁ ଏସିଡ ମାଡ ହୋଇଛି। ୩ ଜଣ ଅଜଣା ଯୁବକ ଆସି ଏସିଡ ମାଡ କରିଥିବା ଅଭିଯୋଗ। ୧୦ ନମ୍ବର ୱାର୍ଡ ମୁଣ୍ଡା ସାହିର ସିକନ ପ୍ରଧାନ(୨୨) ଗୁରୁତର। ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଏସିଡ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ ଗତକାଲି ସାଢ଼େ ଆଠଟା ସମୟରେ ସିକନ ବଜାରରୁ ଘରକୁ ଚାଲି ଚାଲି ଆସୁଥିଲେ। ଏହି ସମୟରେ ୩ ଜଣ ଯୁବକ ବାଇକ୍‌ରେ ଆସି ମୁଣ୍ଡା ସାହି ନିକଟରେ ସିକନଙ୍କ ଉପରକୁ ଏସିଡ୍‌ ମାଡ଼ କରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସିକିନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସିକନଙ୍କ ଉପରକୁ ଯୁବକମାନେ କାହିଁକି ଏସ୍‌ଡି ମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

nis-ad
Leave A Reply

Your email address will not be published.