ନନ୍ଦନକାନନରେ ଧଳାବାଘ ରୂପା ଜନ୍ମ ଦେଲା ୩ ଶାବକ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖେଳିଛି ଖୁସି। ନନ୍ଦନକାନନରେ ଧଳାବାଘ ରୂପା ଜନ୍ମ ଦେଇଛି ୩ଟି ଶାବକ । ଏମାନେ ସବୁ କେଉଁ ପ୍ରଜାତିର ତାହା ଚିହ୍ନଟ ହୋଇନାହିଁ। ଏହି ୩ ଶାବକଙ୍କ ମଧ୍ୟରେ ଦୁଇ ଜଣଙ୍କ ରଙ୍ଗ ନାଲି ହୋଇଥିବା ବେଳେ ଜଣଙ୍କ ରଙ୍ଗ ଧଳା ।

ଏବେ ପ୍ରାଣୀ ଉଦ୍ୟାନ ଭିତରେ ମା’ ରୂପା ପାଖରେ ରହିଛନ୍ତି ତିନିଟି ଯାକ ଛୁଆ । ମା’ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି । ଯେପରି କୌଣସି ସମସ୍ୟା ଉପୁଜିବନି ସେ ନେଇ ବି ଧ୍ୟାନ ଦିଆଯାଉଛି ।

୩  ଶାବକଙ୍କ ଜନ୍ମ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ରେ ପହଞ୍ଚିଛି । ବିଗତ କିଛି ଦିନ ଧରି ନନ୍ଦନକାନନରେ ଲଗାତାର ଭାବେ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଥିଲା ।

ଏବେ ପର୍ଯ୍ୟଟନ ଋତୁରେ ନନ୍ଦନକାନନକୁ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏହି ୩ ଶାବକଙ୍କୁ ଦେଖିବାକୁ ସେମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଯିବ ବୋଲି ଜଣାଯାଇଛି।

nis-ad
Leave A Reply

Your email address will not be published.