ଆଉ ଦୁଇ ଆନ୍ଦୋଳନକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲା ଇରାନ୍…

ତେହେରାନ : ଆନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ନିକଟରେ ଆଉ ଦୁଇ ଆନ୍ଦୋଳନକାରୀଙ୍କୁ ଫାଶୀ ଦିଆଯାଇଛି । ଆନ୍ଦୋଳନ ସମୟରେ ସେମାନେ ଜଣେ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିଲେ ।
ଫାଶୀ ପାଇଥିବା ଦୁଇ ଯୁବକ ହେଲେ ମହମ୍ମଦ ମେହଦି କରାମି ଓ ସୟଦ ମହମ୍ମଦ ହୁସେନି । ଦୁର୍ନୀତି, ସାମରିକ କର୍ମଚାରୀଙ୍କୁ ହତ୍ୟା ମାମଲାରେ ଇରାନର ସୁପ୍ରିମକୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କରାମିଙ୍କ ବୟସ ମାତ୍ର ୨୨ ବର୍ଷ ହୋଇଥିବାବେଳେ ହୁସେନିଙ୍କ ବୟସ ମାତ୍ର ୨୦ ବର୍ଷ ଥିଲା ।
ଗତ ନଭେମ୍ବର ୩ ତାରିଖରେ ସାରା ଇରାନରେ ହୋଇଥିବା ଆନ୍ଦୋଳନ ବେଳେ ଏହି ଦୁଇ ଯୁବକ ଆଜାମିଆ ନାମକ ଜଣେ ସୁରକ୍ଷା କର୍ମୀଙ୍କୁ ରାସ୍ତା ଉପରେ ହତ୍ୟା କରିଥିଲେ । ଗତ ଡିସେମ୍ବର ମାସରେ ଇରାନର ଏକ କୋର୍ଟ ସେମାନଙ୍କ ଦୋଷ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡ ଦେଇଥଲେ । ପରେ ଇରାନର ସୁପ୍ରିମକୋର୍ଟ ସେମାନଙ୍କ ମୃତ୍ୟୁଦଣ୍ଡାଦେଶକୁ କାଏମ ରଖିଥିଲେ ।

ଏହି ଦୁଇଜଣ ଯୁବକଙ୍କୁ ମିଶାଇ ଇରାନ ସରକାର ଏପର୍ଯ୍ୟନ୍ତ ମୋଟ ୪ ଜଣ ଆନ୍ଦୋଳନକାରୀଙ୍କୁ ଫାଶୀ ଦେଇଛନ୍ତି । ଗତ କିଛି ଡିସେମ୍ବର ମାସରେ ଇରାନ ସରକାର ୨ ଜଣ ଆନ୍ଦୋଳନରକାରୀଙ୍କୁ ସର୍ବସମୁଖରେ ଫାଶୀ ଦେଇଥିଲେ । ସେମାନଙ୍କ ନାଁ ମେହସିନ ସେକାରି ଓ ମାଜିଦ୍ ରେଜା ରାହନାବାଡ୍ ଥିଲା । ଉଭୟଙ୍କ ବୟସ ୨୫ ବର୍ଷରୁ କମ ହେବ ।

nis-ad
Leave A Reply

Your email address will not be published.