ଆମେରିକା ସ୍ତବ୍ଧ : ନିଜ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଲା ୬ ବର୍ଷର ଛାତ୍ର…

ନ୍ୟୁୟର୍କ : ଆମେରିକାର ବନ୍ଧୁକ ସଂସ୍କୃତି ଦିନକୁ ଦିନ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଲାଣି । ଏପରିକି ଛୋଟ ପିଲାମାନେ ବି ବନ୍ଧୁକ ଧରି ବୁଲିବା ଆରମ୍ଭ କରିଦେଇଛନ୍ତି ।
ଶୁକ୍ରବାର ଅପରାହ୍ଣରେ ଆମେରିକାର ପୂର୍ବ ରାଜ୍ୟ ଭର୍ଜିନିଆର ରିଚନେକ୍ ଏଲିମେଣ୍ଟାରୀ ସ୍କୁଲରେ ଜଣେ ଛଅ ବର୍ଷର ବାଳକ ଗୁଳି ଚଳାଇ ନିଜ ଶିକ୍ଷୟିତ୍ରୀଙ୍କୁ ଗୁରୁତର ଆହତ କରିଛି । ତେବେ ଏହି ଘଟଣାରେ କୌଣସି ଛାତ୍ର ଆହତ ହୋଇନାହାଁନ୍ତି । ବାଳକଟି ଶିକ୍ଷୟିତ୍ରୀଙ୍କ ଛାତିରେ ଗୁଳି ମାରିଥିବାରୁ ତାଙ୍କରଅବସ୍ଥା ସଂକଟାପନ୍ନ ରହିଛି ।
ଆହତ ହୋଇଥିବା ଶିକ୍ଷୟିତ୍ରୀଙ୍କ ନାଁ ଆବି ଜେଓ୍ବେରନର ଓ ତାଙ୍କ ବୟସ ୩୦ ବର୍ଷରୁ କମ ବୋଲି ଜଣାପଡ଼ିଛି । ସେ ରିଭର୍ସଡେଲ ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ତେବେ ଗୁଳି ମାରିଥିବା ବାଳକ ନାଁ ପୁଲିସ ଗୋପନ ରଖିଛି । ବାଳକ ଏବେ ପୁଲିସ ହେପାଜତରେ ରହିଛି ବୋଲି ସ୍ଥାନୀୟ ପୋଲିସ ମୁଖ୍ୟ ଷ୍ଟିଭ୍ ଡ୍ରୁ ସାମ୍ବାଦିକମାନଙ୍କୁ କହିଛନ୍ତି ।
ସିଟି ସ୍କୁଲର ଅଧୀକ୍ଷକ ଜର୍ଜ ପାର୍କର କହିଛନ୍ତି: “ମୁଁ ଆଶ୍ଚର୍ଯ୍ୟ ଏବଂ ନିରାଶ ହୋଇଯାଇଛି । ବନ୍ଧୁକ ପିଲାମାନଙ୍କ ପାଖରେ ନ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ଆମକୁ ଲୋକଙ୍କ ସମର୍ଥନ ଆବଶ୍ୟକ। ”
ଗତବର୍ଷ ମେ ମାସରେ ଟେକ୍ସାସର ଉଭାଲଡେରେ ଜଣେ ୧୮ ବର୍ଷୀୟ ବନ୍ଧୁକଧାରୀ ୧୯ ଜଣ ଶିଶୁ ଏବଂ ଦୁଇ ଜଣ ଶିକ୍ଷକଙ୍କୁ ହତ୍ୟା କରିଥିଲା ।

nis-ad
Leave A Reply

Your email address will not be published.