ମାଙ୍କଡ଼ ନେଇଯାଇଥିବା ଚପଲ ଆଣିବାକୁ ଯାଇଥିଲେ, କିନ୍ତୁ ଟ୍ରେନ ଉପରେ ଜଳିଗଲେ ଯୁବକ…

ଆଗ୍ରା: ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ମାଙ୍କଡ଼ ନେଇ ଯାଇଥିବା ଚପଲ ଆଣିବା ପାଇଁ ଜଣେ ଯୁବକ ଟ୍ରେନ ଉପରେ ଚଢ଼ିଥିବା ବେଳେ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର କାସଗଞ୍ଜ ରେଳ ଷ୍ଟେସନରେ ଏପରି ଘଟଣା ଘଟିଛି।
୨୬ ବର୍ଷୀୟ ଯୁବକ ଜଣଙ୍କ ଷ୍ଟେସନରେ ଛିଡ଼ା ହୋଇଥିବା କସଗଞ୍ଜ-ଫାରୁକାବାଦ ଏକ୍ସପ୍ରେସ ଉପରେ ଚଢ଼ି ମାଙ୍କଡ଼ ନେଇ ଯାଇଥିବା ଜଣେ ମହିଳାଙ୍କ ସ୍ଲିପର ଆଣିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ଘଟଣା ଘଟିଛି। ସେ ଟ୍ରେନ ଚଳାଚଳ ପାଇଁ ବ୍ୟବହାର ହେଉଥିବର ଉଚ୍ଚ କ୍ଷମତା ସମ୍ପନ୍ନ ବଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ସର୍ବସମ୍ମୁଖରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ରେଳବାଇ ଅଧିକାରୀଙ୍କ କହିବା କଥା ଯେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯୁବକ ଜଣଙ୍କ ହେଲେ ଅଶୋକ। ସେ ଫ୍ଲାଟଫର୍ମରେ ଥିବା ଗୋଟିଏ ଦୋକାନରେ କାମ କରୁଥିଲେ। ଗୁରୁବାର ଅପରାହ୍ନ ୪ଟାରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଟ୍ରେନଟି ପ୍ଲାଟଫର୍ମ ନଂ ୨ରେ ଛିଡ଼ା ହୋଇଥିଲା।
ଅଶୋକ ଜଣେ ବୟସ୍କା ଯାତ୍ରୀଙ୍କୁ ସହଯୋଗ କରୁଥିବା ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଘଟଣା ସମ୍ପର୍କରେ ଖବର ମିଳିବା ପରେ କଣ୍ଟ୍ରୋଲ ରୁମ ତୁରନ୍ତୁ ବିଜୁଳି ଯୋଗାଣ ବନ୍ଦ କରିଦେଇଥିଲା। ସେହିପରି ଟ୍ରେନ ଉପରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲା ଓ ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ଅଶୋକଙ୍କ ମୃତଦେହକୁ ତଳକୁ ଅଣା ଯାଇଥିଲା ବୋଲି ସେ କହିଛନ୍ତି।
ଅଶୋକଙ୍କ ଜଣ ସମ୍ପର୍କୀୟ କହିଛନ୍ତି, “ଅଶୋକ ଟ୍ରେନ ଉପରେ ଚଢ଼ିବା ବେଳେ ତାଙ୍କୁ ରୋକିବାକୁ ସୁରକ୍ଷାକର୍ମୀମାନେ ପ୍ଲାଟଫର୍ମରେ ନଥିଲେ। ସେ ତାର ସଂସ୍ପର୍ଶରେ ଆସିବା ପରେ ୩ଟି ବିସ୍ଫୋରଣ ହୋଇଥିଲା। ୧୦ ମିନିଟ ଭିତରେ ସେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ବହୁତ ବିଳମ୍ବରେ ରେଳ ଅଧିକାରୀମାନେ ଆସିଥିଲେ।”

nis-ad
Leave A Reply

Your email address will not be published.