ରାସ୍ତାରେ ଝିଅକୁ କମେଣ୍ଟ ମାରିଲେ, ଅଭିଯୋଗ ପରେ ବାପାକୁ ଭୁଜାଲିରେ ଆକ୍ରମଣ କଲେ ଯୁବକ…

ଆନନ୍ଦପୁର: ରାସ୍ତାରେ ଅଟକାଇ ଝିଅକୁ କରୁଥିଲେ ହଇରାଣ। ଥାନାରେ ଅଭିଯୋଗ କରିବାରୁ ବାପାକୁ ଭୁଜାଲିରେ ଆକ୍ରମଣ । ନିଜ ଝିଅକୁ ବାଟରେ ଅଟକାଇ କମେଣ୍ଟ ମାରିବା ସହ ଅଶ୍ଳିଳ ଇଙ୍ଗିତ କରୁଥିବା ଯୁବକ ବିରୋଧରେ ବାପା ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଯୁବକଙ୍କ ଭୁଜାଲି ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କ୍ଷେତ୍ରମୋହନ।

ଏଭଳି ଘଟଣାଟି ଘଟିଛି ଆନନ୍ଦପୁର ପୌରାଞ୍ଚଳ ୪ନଂ ଓ୍ବାର୍ଡ ତଳସାହି ଠାରେ । ଗୁରୁତର ଆହତ ବ୍ଯକ୍ତି କ୍ଷେତ୍ରମୋହନ ସି ଆଜି ନିଜ ଝିଅକୁ ହଇରାଣ କରୁଥିବା ଯୁବକ ବିରୋଧରେ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଥାନାରେ ଅଭିଯୋଗ ସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ କ୍ଷେତ୍ରମୋହନଙ୍କ ଫେରିବା ବାଟକୁ ଜଗି ରହିଥିଲା ଅଭିଯୁକ୍ତ। କ୍ଷେତ୍ରମୋହନ ଫେରିବା କ୍ଷଣି ଏକ ଭୁଜାଲିରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ତେବେ ଏହି ସମୟରେ ପାଟିତୁଣ୍ଡ ଶୁଣି ପତ୍ନୀ ପଦ୍ମାବତୀ ବାହାରି ଆସି ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ସାମାନ୍ଯ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଆନନ୍ଦପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.