ଆଜି ସରୁଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା…

ବରଗଡ : ଆଜି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିବ ଯବନିକା । କୃଷ୍ଣଙ୍କ ହାତରେ ବଧ ହେବେ ମାମୁଁ କଂସ । ଦଶମ ଦିବସରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ପ୍ରଭୁଙ୍କୁ ଦର୍ଶନ ପାଇ ଭକ୍ତଙ୍କ ଭିତରେ ଆନନ୍ଦ, ଉତ୍ସାହ ଲାଗି ରହିଛି । ଆଜି କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତୀ ବଧ , ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ ସହ ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ମଥୁରା କାରାଗାରରୁ ଦେବକୀ ବସୁଦେବଙ୍କୁ ମୁକ୍ତି ଦୃଶ୍ୟ ଅଭିନିତ ହେବ ।

ଏପଟେ ମହାରାଜ କଂସ ଧନୁଯାତ୍ରାର ଦଶମ ଦିନରେ ନଗର ଭ୍ରମଣ ସହ ରଂଗମହଲରେ ନାଚଗୀତର ମଜା ନେଉଛନ୍ତି । ରାତ୍ରୀ ନିଦ୍ରାରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ମଥୁରାଧିପତି । ହଠାତ ନିଦରୁ ଉଠି ନିଜ ମନ୍ତ୍ରୀ ପରିଷଦକୁ ଜଣାଇଛନ୍ତି । ମନ୍ତ୍ରୀ ସେନାପତି ମହାରାଜ କଂସଙ୍କୁ ଆଶ୍ଵସ୍ତି କରିଛନ୍ତି ।

nis-ad
Leave A Reply

Your email address will not be published.