ଦ୍ଵିତୀୟ ବିବାହ ନ ହେବା ଯାଏଁ ଭରଣପୋଷଣ ଦେବାକୁ ମନା କରିପାରିବେ ନାହିଁ ପ୍ରଥମ ସ୍ୱାମୀ: ଆହ୍ଲାବାଦ ହାଇକୋର୍ଟ…

ଆହ୍ଲାବାଦ: ଛାଡପତ୍ର ପାଇଥିବା ମହିଳାଙ୍କୁ ନେଇ ଆଜି ବଡ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ | ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଜଣେ ଛାଡପତ୍ର ପାଇଥିବା ମୁସଲମାନ ମହିଳାଙ୍କର ପୁନର୍ବାର ବିବାହ ନହେବା ପର୍ଯ୍ୟନ୍ତ ତାଙ୍କ ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ | ହାଇକୋର୍ଟ ନିମ୍ନ କୋର୍ଟର ଆଦେଶକୁ ଖାରଜ କରିଦେଇଛନ୍ତି | ନିମ୍ନ ଅଦାଲତ ରାୟ ଦେଇଥିଲେ ଯେ, ଭରଣପୋଷଣ ଖର୍ଚ୍ଚ ପାଇଁ ଏକ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି ​​| ଏହି ସମୟ ପର୍ଯ୍ୟନ୍ତ ହିଁ ଭରଣପୋଷଣ ଖର୍ଚ୍ଚ ଦେବାକୁ ନିମ୍ନ ଅଦାଲତ ରାୟ ଦେଇଥିଲେ | ତେବେ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ସୂର୍ଯ୍ୟ ପ୍ରକାଶ କେଶରୱାନି ଏବଂ ଜଷ୍ଟିସ ମୋହଦ୍‌ର ଅଜହର ହୁସେନଙ୍କ ଖଣ୍ଡପୀଠ ଏହି ରାୟକୁ ଖାରଜ କରିଦେଇଛନ୍ତି |
ବାସ୍ତବରେ ଜାହିଦା ଖାତୁନ ନାମକ ଜଣେ ମୁସଲମାନ ମହିଳାଙ୍କୁ ବିବାହର ୧୧ ବର୍ଷ ପରେ ତାଙ୍କ ସ୍ୱାମୀ ୨୦୦୦ ମସିହାରେ ଛାଡପତ୍ର ଦେଇଥିଲେ | ସେପ୍ଟେମ୍ବର ୧୫, ୨୦୨୨ରେ ଗାଜୀପୁର ପରିବାର କୋର୍ଟର ବିଚାରପତିଙ୍କ ରାୟରେ ଦର୍ଶାଇଥିଲେ ଯେ ଆବେଦନକାରୀ ଜାହିଦା ଖାତୁନଙ୍କୁ ଏକ ନିର୍ଦ୍ଧାରିତ ଅବଧି ପାଇଁ ଭରଣପୋଷଣ ପାଇବାର ଅଧିକାର ପାଇଛନ୍ତି | ଯାହା ଛାଡପତ୍ର ହେବାର ତିନି ମାସ ୧୩ ଦିନ ଥିଲା। ତେବେ ଏହି ରାୟ ବିରୋଧରେ ଜାହିଦା ହାଇକୋର୍ଟକୁ ଯାଇଥିଲେ | ହାଇକୋର୍ଟ କହିଛନ୍ତି ଯେ ପରିବାର କୋର୍ଟର ବିଚାରପତି ଏକ ତ୍ରୁଟି କରିଛନ୍ତି | ଆବେଦନକାରୀ କେବଳ ନିର୍ଦ୍ଧାରିତ ଅବଧି ଯାଏଁ ଭରଣପୋଷଣ ପାଇବେ ବୋଲି ଯାହା କହିଛନ୍ତି ତାହା ଠିକ ନୁହେଁ | ଛାଡପତ୍ର ପାଇଥିବା ପତ୍ନୀଙ୍କ ଭବିଷ୍ୟତ ପାଇଁ ଯୁକ୍ତିଯୁକ୍ତ ବ୍ୟବସ୍ଥା କରିବାକୁ ସ୍ୱାମୀ ଦାୟୀ | ଅର୍ଥାତ ପତ୍ନୀ ଦ୍ୱିତୀୟ ବିବାହ ନ କରିବା ପର୍ଯ୍ୟନ୍ତ ଭରଣପୋଷଣ ଦେବାକୁ ମନା କରିପାରିବେ ନାହିଁ |

nis-ad
Leave A Reply

Your email address will not be published.