ବିମାନରେ ବିଶୃଙ୍ଖଳିତ ଯାତ୍ରୀଙ୍କ ପାଇଁ ‘ନିୟନ୍ତ୍ରଣ ଉପକରଣ’ର ବ୍ୟବହାର କର: ଏୟାରଲାଇନ୍‌ସକୁ ନିର୍ଦ୍ଦେଶ ଦେଲେ ନିୟାମକ…

ନୂଆଦିଲ୍ଲୀ: ନିକଟରେ ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ପରିପ୍ରେକ୍ଷୀରେ ଦେଶର ବିମାନ ଚଳାଚଳ ନିୟାମକ ଶୁକ୍ରବାର ଦିନ କହିଛନ୍ତି ଯେ ଯଦି ବିମାନ କର୍ମଚାରୀମାନେ ବିଶୃଙ୍ଗଳିତ କିମ୍ବା ଅନୁପଯୁକ୍ତ ଆଚରଣ କରୁଥିବା ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ଏହିପରି ଘଟଣା ସମୟରେ ବିମାନ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆବଶ୍ୟକ କରୁଥିବା ପଦକ୍ଷେପଗୁଡ଼ିକର ତାଲିକା ଭୁକ୍ତ କରି ବିଶୃଙ୍ଖଳିତ ଯାତ୍ରୀମାନଙ୍କ ପାଇଁ ‘ନିୟନ୍ତ୍ରିତ ଉପକରଣ’ର ବ୍ୟବହାର କରାଯାଉ।
ଏଥିରେ କୁହାଯାଇଛି, ନିକଟ ଅତୀତରେ ଡିଜିସିଏ ବିମାନ ଯାତ୍ରା ସମୟରେ ବିମାନ ଯାତ୍ରୀମାନଙ୍କ ଦ୍ୱାରା ବିଶୃଙ୍ଖଳିତ, ଅନୁପଯୁକ୍ତ ଆଚରଣର କିଛି ଘଟଣା ଲକ୍ଷ୍ୟ କରିଛି। ଯେଉଁଥିରେ ଦେଖାଯାଉଛି ଯେ ପାଇଲଟ୍‌ ଏବଂ କ୍ୟାବିନ୍‌ କ୍ରୁ ସଦସ୍ୟମାନେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି। ବିମାନରେ ଘଟୁଥିବା ଏପରି ଅପ୍ରୀତିକର ଘଟଣା ସମାଜର ବିଭିନ୍ନ ମହଲରେ ବିମାନ ଯାତ୍ରାର ଭାବମୂର୍ତ୍ତିକୁ କଳଙ୍କିତ କରିଛି। ଏଣୁ ପ୍ରଯୁଜ୍ୟ ନିୟମାବଳୀ ପାଳନ କରୁ ନଥିବା ଏବଂ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା ଯାତ୍ରୀଙ୍କୁ କଠୋର ଭାବରେ ମୁକାବିଲା କରାଯିବ ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ କହିଛି।

ବିମାନ ଚଳାଚଳ ନିୟାମକ କହିଛନ୍ତି ଯେ ବିମାନ ଯାତ୍ରା କାଳରେ ସୃଷ୍ଟି ହେଉଥିବା ଏପରି ପରିସ୍ଥିତିର ଆକଳନ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ବିମାନ ସେବାର କେନ୍ଦ୍ରୀୟ ନିୟନ୍ତ୍ରଣକୁ ସୂଚନା ପ୍ରଦାନ କରିବାକୁ କମାଣ୍ଡିଂ ପାଇଲଟ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ କୁହାଯାଇଛି, ବିମାନ ଅବତରଣ କରିବା ପରେ ସେ ବିମାନବନ୍ଦରରେ ସମ୍ପୃକ୍ତ ସୁରକ୍ଷା ଏଜେନ୍‌ସିରେ ଏଫଆଇଆର ଦାଖଲ କରିବେ ଏବଂ ବିଶୃଙ୍ଖଳିତ ଯାତ୍ରୀଙ୍କୁ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିବେ।

nis-ad
Leave A Reply

Your email address will not be published.