କନ୍ଧମାଳ ଜିଲ୍ଲା ନୂତନ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ଦାୟିତ୍ବ ଗ୍ରହଣ…

ଫୁଲ ବାଣୀ: କନ୍ଧମାଳ ଜିଲ୍ଲାର ନୂତନ ଏସ୍‌ପି ଭାବରେ ଶୁଭେନ୍ଦୁ ପାତ୍ର ଯୋଗ ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ପୂର୍ବତନ ଆରକ୍ଷୀ ଅଧ୍ୟକ୍ଷକ, ଭିନିତ୍ ଅଗ୍ରୱାଲଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ସମେତ ଗଞ୍ଜେଇ ଚୋରା ଚାଷ,ଡ୍ରଗ୍ସ ଚୋରା ଚାଲାଣ ଓ ମାଓବାଦୀ ସମସ୍ୟା ସମେତ ଜିଲ୍ଲାର ଅନ୍ୟାନ୍ୟ ସମସ୍ୟା ଗୁଡିକ ସମାଧାନ ପାଇଁ ବିଶେଷ ଦୃଷ୍ଟି ଦେବେ ବୋଲି କହିଛନ୍ତି । ଏଥିପାଇଁ ସେ ଜିଲ୍ଲାରେ ଲୋକଙ୍କ ସମେତ ଗଣମାଧ୍ୟମର ସହଯୋଗର ଆବଶ୍ୟକ ବୋଲି କହିଥିଲେ।ପୂର୍ବତନ ଏସ୍ପି ଭିନୀତ ଅଗରୱାଲଙ୍କୁ
ଯାଜପୁର ଜିଲ୍ଲା ଏସ୍‌ପି ଭାବରେ ବଦଳି ହୋଇଛି । ମାଲକାନଗିରି ଉପଖଣ୍ଡ ପୋଲିସ ଅଧିକାରୀ ଭାବରେ କାର୍ଯ୍ୟରତ ୨୦୧୯ ମସିହାର ଆଇପିଏସ ଅଧିକାରୀ ଶୁଭେନ୍ଦୁ ପାତ୍ରଙ୍କର କନ୍ଧମାଳ ଜିଲ୍ଲା ଏସ୍‌ପି ଭାବରେ ବଦଳି ହୋଇଛି। ଆଇପିଏସ ପାଇବା ପରେ ସେ ଅନୁଗୁଳଠାରେ ତାଲିମ ପାଇ ମାଲକାନଗିରିରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଭାବରେ ଯୋଗ ଦେଇଥିଲେ । କନ୍ଧମାଳ ଜିଲ୍ଲାରେ ସେ ପ୍ରଥମେ ଏସ୍ପି ଭାବରେ ଯୋଗ ଦେବେ ବୋଲି ଜଣାପଡିଛି । ଓଡ଼ିଶା କ୍ୟାଡରର ଆଇପିଏସ ଅଧିକାରୀ ଶୁଭେନ୍ଦୁ ପାତ୍ର ଜଣେ ମେଳାପୀ,କ୍ରିକେଟ ଖେଳ ପ୍ରିୟ କର୍ତ୍ତବ୍ୟପରାୟଣ ପୋଲିସ ଅଧିକାରୀ ଭାବରେ ସୁପରିଚିତ । ସେ ଗତ ୨୦୨୧ ମସିହା ନଭେମ୍ବର ମାସ ୧୦ ତାରିଖରେ ମାଲକାନଗିରିରେ ଉପଖଣ୍ଡ ପୋଲିସ ଅଧିକାରୀ ଭାବରେ ଯୋଗ ଦେଇଥିଲେ। ତେବେ ଭିନିତ ଅଗ୍ରୱାଲ କନ୍ଧମାଳ ଜିଲ୍ଲାରେ ଯୋଗ ଦେବାଠାରୁ ଜିଲ୍ଲାରେ ଆଇନ ଶୃଙ୍ଖଳା ଏବଂ ମାଓବାଦୀ ଦମନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲାରେ କାର୍ଯ୍ୟକାଳରେ ସେ ମାଓବାଦୀ ନିୟନ୍ତ୍ରଣ ଓ ଗଞ୍ଜେଇ ଚୋରାଚାଲାଣ ରୋକିବାରେ ସଫଳ ଭୂମିକା ନିର୍ବାହ କରିଛନ୍ତି। ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ନିର୍ବାହ କରିଛନ୍ତି ।

nis-ad
Leave A Reply

Your email address will not be published.