ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଆଇରନ ଷ୍ଟ୍ରକ୍ଚର କାମ ଆରମ୍ଭ…

କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଇରନ ଷ୍ଟ୍ରକ୍ଚର କାର୍ଯ୍ୟ ଆରମ୍ଭ ହୋଇଛି। ASIର ନିଷ୍ପତ୍ତି କ୍ରମେ ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି।  ଘରୋଇ କମ୍ପାନୀ ବିଡ଼ିଆର ନିର୍ମାଣ ସଂସ୍ଥା ଦ୍ୱାରା ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ପାଇଁ ଏଏସଆଇ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ  ଭୂମିପୂଜା କରାଯିବା ପରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା ।

ଏହି ପ୍ଲାଟଫର୍ମରେ ଲିଫ୍ଟ , ଟ୍ରଲି ଭଳି ମେକାନିକାଲ ସିଷ୍ଟମ ରହିବ । ଏହି ଲିଫ୍ଟ ପାଇଁ ଲୁହା ବିମ ସ୍ଥାପନ କରାଯାଇଛି । ଯାହାଦ୍ୱାର ମନ୍ଦିର ଗର୍ଭଗୃହରୁ ବାଲି ଓ ପଥର କାଢିବା ସହଜ ହେବ । ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ 4 ଫୁଟରେ 5 ଫୁଟ ଏକ ଗର୍ତ୍ତ ଖୋଳା ଯିବ  । ଯେଉଁ ବାଟରେ ଗର୍ଭଗୃହରୁ ବାଲି କଢ଼ାଯିବା ।  ବାଲି କାଢ଼ିବା କାର୍ଯ୍ୟ ASI ନିଜେ କରିବ। ତେବେ ବାଲି କାଢ଼ିବା ପାଇଁ ତିନିବର୍ଷ ଲକ୍ଷ ଧାର୍ଯ୍ୟ କରାଯାଇଛି   ।

ସୂର୍ଯ୍ୟମନ୍ଦିର ଗର୍ଭଗୃହ ଉପରିଭାଗରୁ ପଥର ଖସୁଥିବା ଦେଖି ତତ୍କାଳୀନ ଇଂରେଜ ସରକାର ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରି ସମସ୍ତ ଦ୍ୱାର ବନ୍ଦ କରିଦେଇଥିଲେ । ତେବେ ମନ୍ଦିର ଗର୍ଭଗୃହ ସୁରକ୍ଷା ପାଇଁ ୨୦୧୧ ମସିହାରେ କୋଣାର୍କରେ ଆୟୋଜିତ ଏକ କର୍ମଶାଳାରେ ଅନ୍ତର୍ଜାତୀୟ ସ୍ତରର ସ୍ଥପତି, ଇଞ୍ଜିନିୟର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ପରେ ରୁର୍କୀ ସ୍ଥିତ ସେଣ୍ଟର ଫର ବିଲ୍ଡିଂ  ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ମନ୍ଦିରର ବାହ୍ୟ ଓ  ଗର୍ଭଗୃହର ଏଣ୍ଡୋସ୍କୋପି ,ସ୍କାନିଂ କରାଯିବା ସହ ମନ୍ଦିର ଗର୍ଭଗୃହକୁ କ୍ୟାମେରା ଛଡ଼ାଯାଇ ବାଲିର ସ୍ଥିତ ଓ ମନ୍ଦିର ଉପରିଭାଗର ସ୍ଥିତି ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଗର୍ଭଗୃହରେ ଉପରିଭାଗରୁ  ବାଲି ୧୭ ଫୁଟ ଛାଡିକରି ଥିବା ଜଣାପଡିଥିଲା ।

nis-ad
Leave A Reply

Your email address will not be published.