ମାଟିରେ ପୋତିହୋଇ ପ୍ରତିବାଦ କଲେ ଚାଷୀ

ମୁମ୍ବାଇ: ଜଣେ ଚାଷୀଙ୍କ ଅଭିନବ ପ୍ରତିବାଦ। ଏକ ଜନକଲ୍ୟାଣ ଯୋଜନାରେ ଜଣେ ଚାଷୀଙ୍କୁ ଜମି ଆଲର୍ଟ ହୋଇଥିବା ବେଳେ ତାଙ୍କୁ ମାଲିକାନାସ୍ୱତ୍ୱ ମିଳୁ ନଥିବାରୁ ସେ ଅଧା ପୋତି ହୋଇ ପ୍ରତିବାଦ କରିଛନ୍ତି। ଏମିତି ଏକ ଘଟଣା ମହାରାଷ୍ଟ୍ରରେ ଜଲନା ଜିଲ୍ଲାର ଦେଖିବାକୁ ମିଳିଛି। ଚାଷୀ ଜଣକ ମାଟି କାଦୁଅରେ ବେକ ପର୍ଯ୍ୟନ୍ତ ପୋତିହୋଇ ନିଜର ଦାବି ବାବଦରେ ପ୍ରଶାସନର ଦୃଷ୍ଟି ଆକର୍ଶଣ କରିଛନ୍ତି। ସମ୍ପୃକ୍ତ ଚାଷୀ ଜଣକ ହେଉଛନ୍ତି ସୁନୀଲ ଯାଦବ। ତିନି ବର୍ଷ ପୂର୍ବେ ମହାରାଷ୍ଟ୍ରର ଏକ କଲ୍ୟାଣ ଯୋଜନା ଅଧୀନରେ ତାଙ୍କୁ ୨ ଏକର ଜମି ମିଳିଥିଏ। ୨୦୧୯ରେ ରେ କରିସ୍ମା ଦାଦାସାହେବ ଗାଇକୱାଡ ସାବଲିକରଣ ସ୍ୱାଭିମାନ ଯୋଜନା ଅଧୀନରେ ଏହି ଜମି ଆଲର୍ଟ କରାଯାଇଥିଲା। କେବଳ ମୌଖିକ ଭାବେ ତାଙ୍କୁ ଏହି ଜମିମଳିଥିଲା ବେଳେ କାଜପତ୍ରରେ ତାଙ୍କ ନାମରେ ରେକର୍ଡ଼ଭୁକ୍ତ ହୋଇ ନାହିଁ।
ଏନେଇ ସୁନୀଲ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମି ନାହିଁ। ତେଣୁ ସେ ବାଧ୍ୟହୋଇ ଏଭଳି ଏକ ଅଭିନବ ପ୍ରତିବାଦ ବାଟକୁ ଆପଣେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ତାଙ୍କ ଅଧିକାର ତାଙ୍କୁ ନମଳିଛି ସେ ପର୍ଯ୍ୟନ୍ତ ସେ ପ୍ରତିବାଦ ଜାରି ରଖିବେ ବୋଲି କହିଛନ୍ତି । ସାଧାରଣତଃ ଅନ୍ଦୋଳନକାରୀମାରନେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବେଳେ ବେଳେ କିଛ ଅଭିନବ ଉପାୟକୁ ଆପଣାଉଛନ୍ତି।

ଦୁଇ ବର୍ଷ ପୂର୍ବେ ଦିଲ୍ଲୀ ସୀମାରେ କେନ୍ଦ୍ରର ସରକାରଙ୍କ କୃଷି ଆଇନକୁ ବିରୋଧ କରି ରକ୍ତଦାନ ଶିବିର ଆୟୋଜନ କରି କରିଥିଲେ। ।ଏହାପୂର୍ବରୁ କେରଳର ଜଣେ ବ୍ୟକ୍ତି ପାଣି ଭର୍ତ୍ତି ଖାଲରେ ପଶି ପ୍ରତିବାଦ କରିଥିଲେ।ଗତ ବର୍ଷ ଏକ ପ୍ରତୀକାତ୍ମକ ପ୍ରତିବାଦରେ ଜୁନିୟର ଡାକ୍ତରମାନେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ସିଲିଂ ଫ୍ୟାନ ସେମାନଙ୍କ ସହକର୍ମୀଙ୍କ ଉପରେ ପଡ଼ିବା ପରେ ଡ୍ୟୁଟିରେ ହେଲମେଟ ପିନ୍ଧିଥିଲେ।

nis-ad
Leave A Reply

Your email address will not be published.