ମସ୍ତିଷ୍କକୁ ସଂକ୍ରମିତ କରୁଛି କି କରୋନାର ନୂଆ ଭାରିଏଣ୍ଟ?

ନୂଆଦିଲ୍ଲୀ: ପୁଣି ଥରେ କାୟା ମେଲାଇବାରେ ଲାଗିଲାଣି କରୋନା। ଚୀନ୍‌ରେ ଏହି ମହାମାରୀ ତାଣ୍ଡବ ରଚିଛି । ସେହିପରି ଅନ୍ୟ କିଛି ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ମାମଲା ବଢ଼ି ବଢ଼ି ଚାଲିଛି। ଓମିକ୍ରନର ନୂଆ ଭାରିଏଣ୍ଟକୁ ନେଇ ଚାରିଆଡେ ଆତଙ୍କ ଖେଳାଇଛି। ଚୀନ୍ ସମତେ ଅନ୍ୟ ରାଜ୍ୟରେ କରୋନାର ବଢ଼ୁଥିବା ମାମଲା ଭିତରେ ସୋଶାଲ ମିଡିଆରେ କୋଭିଡକୁ ନେଇ ଏକ ଖବର ଭାଇରାଲ ହେବାରେ ଲାଗିଛି ।
ଓମିକ୍ରନ୍‌ର ନୂଆ ସବ୍‌ଭାରିଏଣ୍ଟ ମସ୍ତିସ୍କ ପାଇଁ ଘାତକ ହୋଇପାରେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଦାବି କରାଯାଇଛି। ତେବେ ଏହି ଖବର କେତେ ସତ ଆଉ କେତେ ମିଛ । ସେ ନେଇ ତଦନ୍ତ ହେବା ପରେ ଏହି ଖବର ମିଛ ଥିବା ସାମ୍ନାକୁ ଆସିଛି । ପିଆଇବିର ଫ୍ୟାକ୍ଟ ଚେକ୍ ଟିମ୍ ଏଭଳି ଖବର ଉପରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛି । ଏହି ପ୍ରକାରର ଖବର ଲୋକଙ୍କୁ କେବଳ ଭ୍ରମିତ କରିବ ବୋଲି କୁହାଯାଇଛି। ଅଧ୍ୟୟନରେ ଏଭଳି କୌଣସି କଥା ପ୍ରମାଣିତ ହୋଇନଥିବା ପିଆଇବି କହିଛି।
ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ବିଏ.୫ ଅନ୍ୟ ଓମିକ୍ରନର ସବ୍‌ ଭାରିଏଣ୍ଟ ତୁଳନାରେ ଅଧିକ ସଂକ୍ରାମକ। ଏହା ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରେ। ଏହି ଭାରିଏଣ୍ଟ ୧୦୦ରୁ ଅଧିକ ଦେଶରେ ଚିହ୍ନଟ ହୋଇଛି। ଏହା ମସ୍ତିଷ୍କଙ୍କୁ ସଂକ୍ରମିତ କରୁଛି। ଏହି ଖବର ଭାଇରାଲ ହେବା ପରେ ଏହାର ସତ୍ୟତା ସାମ୍ନାକୁ ଆସିଛି। ଏହା ଏକ ଫେକ୍ ନ୍ୟୁଜ୍ ବୋଲି ଜଣାପଡିଛି।

ଅଷ୍ଟ୍ରେଲିଆ ଓ ଫ୍ରାନ୍ସର ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ବିଏ.୫ କିରୋନାର ସବ୍ ଭାରିଏଣ୍ଟ ଚୀନ୍‌ରେ ସବୁଠୁ ଅଧିକ ଆତଙ୍କ ଖେଳାଇଛି। ଚୀନ୍‌, ଜାପାନ ସମେତ ଆମେରିକା ଓ ୟୁନାଇଟେଡ କିଙ୍ଗଡମ ଭଳି ଦେଶରେ ଏହି ଭାରିଏଣ୍ଟ ହୁ ହୁ ହୋଇ ବ୍ୟାପି ଚାଲିଛି। ଏହା ଗତ ବିଏ.୧ ସବ୍‌ ଭାରିଏଣ୍ଟ ତୁଳନାରେ ମସ୍ତିସ୍କକୁ ସଂକ୍ରମିତ କରୁନି। ବିଏ.୧ ସବ୍ ଭାରିଏଣ୍ଟ ମସ୍ତିସ୍କଙ୍କୁ ସଂକ୍ରମିତ କରୁଥିଲା। ଏଥିଲାଗି ମୃତ୍ୟୁ ମଧ୍ୟ ଘଟୁଥିଲା।

nis-ad
Leave A Reply

Your email address will not be published.