ଗୋରଖନାଥ ମନ୍ଦିରରେ ଥିଲେ ମୁଖ୍ୟମନ୍ତ୍ରୀ; ଆତଙ୍କବାଦୀ କଲେ ପ୍ରବେଶ.. !

ନୂଆଦିଲ୍ଲୀ: ୟୁପିରେ ଆତଙ୍କବାଦୀ ଆତଙ୍କ । ଉତ୍ତପ୍ରଦେଶର ଗୋରଖନାଥ ମନ୍ଦିରରେ ଆତଙ୍କବାଦୀଙ୍କ ପ୍ରବେଶ ନେଇ ଉତ୍ତେଜନା ଦେଖା ଦେଇଥିଲା । ସୂଚନା ଅନୁସାରେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଗୋରଖନାଥ ମନ୍ଦିରରେ ଉପସ୍ଥିତ ଥିଲେ । ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଥିବା ସମୟରେ ଆତଙ୍କବାଦୀଙ୍କ ପ୍ରବେଶ ନେଇ ଫେନ୍‌ ଯୋଗେ ସୂଚନା ମିଳିଥିଲା ।

ଫଳରେ ଘଟଣାସ୍ଥଳରେ ଡିଏମ କୃଷ୍ଣ କରୁଣେଶ, ଏସଏସପି ଡକ୍ଟର ଗୌରବ ଗ୍ରୋଭର ପୁଲିସ କର୍ମଚାରୀଙ୍କ ସହ ଗୋରଖନାଥ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ପରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା । ଏନେଇ ଏସ୍‌ପି ଡକ୍ଟର ଗୌରବ ଗ୍ରୋଭର ପ୍ରତିକ୍ରିୟା ରଖିଛନ୍ତି ।  ସେ କହିଛନ୍ତି ଯେ ମନ୍ଦିରରେ ଏକ ବୋମା ସମ୍ପର୍କରେ ପୁଲିସ ସୂଚନା ପାଇଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି । ପ୍ରାରମ୍ଭିକ ଅନୁସନ୍ଧାନରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ମାନସିକ ବିକାରଗ୍ରସ୍ତ ଥିବା ଜଣାପଡିଛି।

nis-ad
Leave A Reply

Your email address will not be published.