କରୋନା ମୁକାବିଲା ; ଚୀନକୁ ସହାୟତାର ହାତ ବଢ଼ାଇଲା ତାଇୱାନ…

ବେଜିଂ : କରୋନା ଭୂତାଣୁ ସଂକ୍ରମଣରେ ଚୀନ ଅଣାୟତ୍ତ ହୋଇ ପଡିଥିବାବେଳେ ଏହାର ମୁକାବିଲା ନିମନ୍ତେ ତାଇୱାନ ସହାୟତାର ହାତ ବଢାଇଛି। ନବବର୍ଷର ଉଦ୍‌ବୋଧନ କାଳରେ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ କହିଛନ୍ତି ଯେ ଚୀନର କରୋନା ଭୂତାଣୁ ସଂକ୍ରମଣର ମୁକାବିଲା କରିବାକୁ ତାଙ୍କ ଦେଶ ଆଗ୍ରହୀ। ମାନବିକତା ଦୃଷ୍ଟିକୋଣରୁ ତାଇୱାନ ଏହି ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ। ତେବେ ତାଇୱାନ ନିକଟରେ ଚୀନ ସେନା ଯେଉଁ ସାମରିକ କାର୍ଯ୍ୟକଳାପ ଚଳାଇଛି ତାହା ଦୁଇ ଦେଶର ଶାନ୍ତି ଓ ସ୍ଥିରତା ରକ୍ଷା କ୍ଷେତ୍ରରେ ସହାୟକ ହେବ ନାହିଁ। ଅନ୍ୟପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ନୂଆବର୍ଷ ବାର୍ତ୍ତାରେ କହିଛନ୍ତି ଯେ ତାଇୱାନ ପ୍ରଣାଳୀର ଉଭୟ ପାର୍ଶ୍ବରେ ରହିଥିବା ଲୋକମାନେ ଗୋଟିଏ ପରିବାରର ସଦସ୍ୟ। ତେବେ ଜିନପିଙ୍ଗ ତାଙ୍କ ବାର୍ତ୍ତାରେ ତାଇୱାନକୁ ଚୀନ ଅଧୀନକୁ ଆଣିବା କଥା କହି ନାହାନ୍ତି।

କରୋନା ମହାମାରୀ ମୁକାବିଲାକୁ ନେଇ ଚୀନ ଓ ତାଇୱାନ ନିୟମିତ ଭାବେ ମୁହଁାମୁହିଁ ହୋଇ ଆସୁଛନ୍ତି। ଗତବର୍ଷ ତାଇୱାନରେ କରୋନା ଭୂତାଣୁ ସଂକ୍ରମଣ ଜୋର ହୋଇଥିବାବେଳେ ଚୀନ ସମାଲୋଚନା କରିଥିଲା। ଚୀନ କହିଥିଲା ଯେ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ତାଇୱାନ ବିଫଳ ହୋଇଛି। ଏବେ ଚୀନରେ କରୋନା ମହାମାରୀ ବିସ୍ଫୋରକ ରୂପରେ ଜୋରରେ ମାଡି ଚାଲିଥିବାବେଳେ ତାଇୱାନ ଏହାର ସମାଲୋଚନା କରିଛି। ତାଇୱାନ କହିଛି ଯେ କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଚୀନର କୌଣସି ସ୍ପଷ୍ଟ ନୀତି ନାହିଁ। ଦ୍ବିତୀୟତଃ ତାଇୱାନକୁ କରୋନା ଟିକା ଯୋଗାଣ କ୍ଷେତ୍ରରେ ଚୀନ ବାଧା ସୃଷ୍ଟି କରୁଛି।

nis-ad
Leave A Reply

Your email address will not be published.