ଦୁର୍ଘଟଣା ପରେ ହୁ ହୁ ହୋଇ ଜଳିଗଲା ଟ୍ରକ୍‌ ଓ ବାଇକ୍‌…

ଅନୁଗୋଳ: ଦୁର୍ଘଟଣା ପରେ ଟ୍ରକ୍‌ରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଟ୍ରକ୍‌ ଓ ବାଇକ୍‌ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଜୁରାଗାଡ଼ିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଟ୍ରକଟି ବଅଁରପାଳ ଅଭିମୁଖେ ଯାଉଥିଲା । ଏତିକିବେଳେ ୫୫ ନମ୍ବର ଜାତୀୟ ରାଜପଥର ଜୁରାଗାଡ଼ିଆ ଛକରେ ଭାରସାମ୍ୟ ହରାଇ ଟ୍ରକ୍‌ରେ ପିଟି ହୋଇଥିଲା ବାଇକ୍‌ । ଦୁର୍ଘଟଣା ପରେ ନିଆଁ ଲାଗି ଯାଇଥିଲା । ଜଳି ଯାଇଥିଲା ଟ୍ରକ୍‌ ଓ ବାଇକ । ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଟ୍ରକ୍‌ ଓ ବାଇକ୍‌ ଚାଳକ ।

nis-ad
Leave A Reply

Your email address will not be published.