ଚୀନ୍‌-ଆମେରିକା ଯୁଦ୍ଧ ବିମାନ ମୁହାଁମୁହିଁ…

ଚୀନ୍‌-ଆମେରିକା ଯୁଦ୍ଧ ବିମାନ ମୁହାଁମୁହିଁ । ଦକ୍ଷିଣ-ଚୀନ୍‌ ସାଗର ଉପରେ ମୁହାଁମୁହିଁ ହୋଇଛନ୍ତି ଚୀନ୍‌-ଆମେରିକା ଯୁଦ୍ଧ ବିମାନ । ଆମେରିକା ଯୁଦ୍ଧ ବିମାନର ୭ ମିଟର ଦୂରରେ ଚୀନ୍‌ ବିମାନ । ଚୀନ୍‌ ଯୁଦ୍ଧ ବିମାନର ଭିଡିଓ ଜାରି କରିଛି ପେଣ୍ଟାଗନ୍‌ ।

୨ ଯୁଦ୍ଧ ବିମାନ ଧକ୍କା ହୋଇଥାନ୍ତା ବୋଲି ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି । ଆମେରିକା ବିମାନ କୌଶଳ କରି ଦୁର୍ଘଟଣା ଏଡାଇ ଥିଲା । ପେଣ୍ଟାଗନ୍‌ର ସୂଚନା ଅନୁସାରେ ଚୀନ ସେନାର G-11 ଓ ଆମେରିକା ବାୟୁସେନାର RC- 135 ବିମାନ ଅତି ନିକଟତର ହୋଇଥିଲେ । ଦୁଇ ବିମାନ ମଧ୍ୟରେ ୭ ମିଟରରୁ କମ ଦୂରତା ଥିଲା ।

nis-ad
Leave A Reply

Your email address will not be published.