କାର ଡ୍ରାଇଭରଙ୍କର ଲାଗିଗଲା ଆଖି: ଚାଲିଗଲା ୯ ଜୀବନ…

ଗୁଜରାଟ:  ଗୁଜରାଟର ନବସାରିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଓ ଏସୟୁଭି କାର ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ୯ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାରେ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଇଥିଲେ । ଗାଡ଼ି ଚଳାଉଥିବା ବେଳେ ଏସୟୁଭି ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ତେବେ ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲାପାଳ କେତନ ଯୋଶୀ କହିଛନ୍ତି, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏସୟୁଭି  ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଭାଲସାଡ, ୧୪ ଜଣଙ୍କୁ ନବସାରି ହସ୍ପିଟାଲକୁ ନିଆଯାଇଥିବା ବେଳେ ଅନ୍ୟ ଜଣେ ଆହତଙ୍କୁ ସୁରତ ସ୍ଥାନାନ୍ତର କରାଯାଇଛି। ୩୨ ଜଣଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଘଟଣାସ୍ଥଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଏସୟୁଭିରେ ଥିବା ଲୋମାନେ ଗୋଟିଏ କମ୍ପାନୀର ୯ ଜଣ କର୍ମଚାରୀ ଥିଲେ। ସେହିପରି ବସ୍ ଅହମଦାବାଦରୁ ଭାଲସାଡକୁ ଯାଉଥିଲା। ତେବେ ଆଜି ଭୋର ସମୟରେ ନବସାରି ନିକଟରେ ଦୁଇଟି ଯାକ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।
ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। କିନ୍ତୁ ରଙ୍ଗ ୱେରେ ଆସୁଥିବା ଏସୟୁଭିର ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ସମାନ୍ୟ ଘୁମାଇ ପଡ଼ିଥିଲେ। ଫଳରେ ଏହା ରାସ୍ତା କଡ଼ ଡିଭାଇଡରରେ ପ୍ରଥମେ ଧକ୍କା ହୋଇଥିଲା। ଏହା ପରେ ବସକୁ ସାମ୍ନା ପଟୁ ଧକ୍କା ଦେଇଥିଲେ। ବସର ସ୍ପିଡ ଅଧିକ ଥିବାରୁ ଏହା ଏସୟୁଭି ଉପରେ ମାଡ଼ି ଯାଇଥିଲା।

ଏହି ଘଟଣା ପରେ ରାସ୍ତା ଜାମ୍‌ ହୋଇଯାଇଥିଲା । କିନ୍ତୁ ଉଦ୍ଧାରକାରୀ ଦଳ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ କ୍ରେନ ସାହାଯ୍ୟରେ ବସ୍‌କୁ ରାସ୍ତାରୁ ହଟାଯିବାରୁ ଯାତାୟତ ସାମାନ୍ୟ ହୋଇଥିଲା। ତେବେ ପୋଲିସ ଏହି ଘଟଣାର କାରଣ ଖୋଜୁଛି। ଏହି ଦୁର୍ଘଟଣାରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ, ଯେଉଁମାନେ ଫାଷ୍ଟ ଏଡ୍‌ ଚିକିତ୍ସା କରାଯାଇ ନିଜ ନିଜ ଘରକୁ ପଠାଇ ଦିଆଯାଇଛି ।

nis-ad
Leave A Reply

Your email address will not be published.