ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ…

ଭୁବନେଶ୍ବର: ନୂଆବର୍ଷ-୨୦୨୩ ପୂର୍ବରୁ ଆଇପିଏସ୍‌ ସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଂଜ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜଗତସିଂହପୁର ଏସ୍‌ପି ଅଖିଳେଶ୍ବର ସିଂହ ପଦୋନ୍ନତି ପାଇ ଏସ୍‌ଏପି ଡିଆଇଜି ପଦବିରେ ଯୋଗଦେବେ।

ରାଜ୍ୟ ସରକାର ମୋଟ ୧୧ ଜଣ ଏସ୍‌ପିଙ୍କୁ ବଦଳି କରିଛନ୍ତି। ଭଦ୍ରକ ଏସ୍‌ପି ଚରଣ ସିଂ ମୀନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଥିଲା ‌‌ବେଳେ ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ବଦଳି ହୋଇଛି। ସେହିପରି ଯାଜପୁର ଏସ୍‌ପି ରାହୁଲ ପିଆରଙ୍କୁ ଜଗତସିଂହପୁର‌ରେ ନୂଆ ନିଯୁକ୍ତି ମିଳିଛି। ଢେଙ୍କାନାଳ ଏସ୍‌ପି ଏଲ୍‌ ଦିବ୍ୟାଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି ହୋଇଛି।

ସେହିପରି ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼, କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ଯାଜପୁର, କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ଭଦ୍ରକ, ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥଙ୍କୁ ବାଲେଶ୍ବର ବଦଳି ହୋଇଛି। ବାଲିଗୁଡ଼ା, ମାଲକାନଗିରି, କେସିଙ୍ଗା ଏସ୍‌ଡିପିଓ ପଦୋନ୍ନତି ହୋଇଛି। ବାଲିଗୁଡ଼ା ଏସ୍‌ଡିପିଓ ଗୁନ୍ଦଲା ରେଡ୍ଡୀଙ୍କୁ ନୂଆପଡ଼ା, ମାଲକାନଗିରି ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ର ଓ କେସିଙ୍ଗା ଏସ୍‌ଡିପିଓ ଅଭିନବ ସୋନକାରଙ୍କୁ ଯଥାକ୍ରମେ ନୂଆପଡ଼ା, କନ୍ଧମାଳ ଓ କୋରାପୁଟ ଏସ୍‌ପି ଭାବେ ନୂଆ ନିଯୁକ୍ତି ମିଳିଛି। ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଜ୍ଞାନ ରଂଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ବଦଳି ହୋଇଛି।

nis-ad
Leave A Reply

Your email address will not be published.