କଟକରେ ଜିରୋ ନାଇଟ ପାଇଁ କ୍ଲବ, ପବ ଓ ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ନେବେ ଅନୁମତି…

କଟକ ; ଜିରୋ ନାଇଟ ପାଇଁ କଟକ କମିଶନରେଟର ପ୍ରସ୍ତୁତି। କ୍ଳବ,ପବ, ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ଅନୁମତି ନେବାକୁ ପଡିବ ବୋଲି ଡିସିପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି ।

ଏଥିସହିତ ରାତି ୧୨ ଟା ପର୍ଯ୍ୟନ୍ତ ଇନଡୋର ସେଲିବ୍ରେସନ ଓ ଆଉଟ ଡୋର ବା ବାହାରେ ମୁକ୍ତା କାଶରେ ରାତି ୧୦ ଟା ପର୍ଯ୍ୟନ୍ତ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଅନୁମତି ମିଳିଛି ।

ଏଥିପାଇଁ ପ୍ରତିଦିନ ଏବେ ରାତ୍ରୀକାଳୀନ ବ୍ଳକିଂ, ଚେକିଂ ଓ ପେଟ୍ରୋଲିଂ କଡାକଡି କରାଯାଇଛି। ତେବେ ସହରରେ ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ଏହିସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ମଦ ଖାଇ ଗାଡି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।

nis-ad
Leave A Reply

Your email address will not be published.