ଗାଁ ଦାଣ୍ଡରେ ପ୍ରେମିକର ଘର ଆଗରେ ଶଙ୍ଖା ସିନ୍ଦୁର ପିନ୍ଧିଲା ପ୍ରେମିକା…

ଗଞ୍ଜାମ: ପ୍ରତିଶ୍ରୁତି ଏବଂ ପ୍ରେମର ଅଧିକାର ମାଗିଲା କିନ୍ତୁ ମିଳିଲାନି । କିଛି ଉପାୟ ନପାଇ ଧାରଣାରେ ବସିଲା, ଅଡିବସିଲା ବିବାହ ପାଇଁ । ଶେଷରେ ପ୍ରେମିକର ଘର ଆଗରେ ଏବଂ ଗାଁ ଦାଣ୍ଡରେ ବାହା ମୁକୁଟ ବାନ୍ଧି ଶଙ୍ଖା ସିନ୍ଦୂର ପିନ୍ଧିଲା । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ଗାଁର ଘଟଣା । ପ୍ରେମିକା ଜଣକ ବ୍ରହ୍ମପୁରର ଟିନାରାଣୀ ସାହୁ। ପ୍ରେମିକ ଜଣକ ଗାଲେରୀ ଗ୍ରାମର ଦୁଷ୍ମନ୍ତ ସାହୁ।

ଗତ ୩ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ତେବେ କିଛିଦିନ ହେଲା ବିବାହ ପାଇଁ ଟିନା କହୁଥିବା ବେଳେ ଦୁଷ୍ମନ୍ତ ମନା କରିଦେଇଥିଲେ । ଶେଷରେ ପ୍ରେମିକା ଜଣକ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ। ଘଟଣାର ସମାଧାନ ଏବଂ ବିବାହ କାର୍ଯ୍ୟରେ ମଧ୍ୟସ୍ଥି ହୋଇଥିଲେ ସମାଜସେବୀ ପ୍ରମିଳା ତ୍ରିପାଠୀ ।

nis-ad
Leave A Reply

Your email address will not be published.