ମୁମ୍ବାଇର ମାଉଣ୍ଟ ମେରି ଚର୍ଚ୍ଚ ଉପରେ ଆତଙ୍କବାଦୀ ହାମ୍‌ଲା କରିବାକୁ ଧମକ ଦେଲା ଲସ୍କର-ଏ-ତୋଏବା…

ମୁମ୍ବାଇ: ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ମୁମ୍ବାଇର ବାନ୍ଦ୍ରାସ୍ଥିତ ମାଉଣ୍ଟ ମେରି ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଧମକ ଦେଇଛି। ପାକିସ୍ତାନରେ ଅବସ୍ଥାନ କରି ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିବା ଇସଲାମ ଉଗ୍ରବାଦୀ ସଂଗଠନ ଲସ୍କର-ଏ-ତୋଏବା ମୁମ୍ବାଇର ମାଉଣ୍ଟ ମେରି ଚର୍ଚ୍ଚ ଅଫ୍‌ ବାନ୍ଦ୍ରା ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି।
ଏହି କୁଖ୍ୟାତ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୋଏବାରୁ ଏକ ଇମେଲ ଜରିଆରେ ଏହି ଧମକ ଗୁରୁବାର ବାନ୍ଦ୍ରାର ମାଉଣ୍ଟ ମେରି ଚର୍ଚ୍ଚକୁ ପ୍ରଦାନ କରାଯାଇଛି ବୋଲି ରିପୋର୍ଟରୁ ପ୍ରକାଶ।

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ମାଉଣ୍ଟ ମେରି ଚର୍ଚ୍ଚ ଅଫ୍‌ ବାନ୍ଦ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ ମିଳିବା ପରେ ମୁମ୍ବାଇ ପୁଲିସ ଅଜ୍ଞାତ ସନ୍ଦିଗ୍ଧଙ୍କ ବିରୋଧରେ ଆଇପିସିର ଧାରା ୫୦୫(୩) ଅନୁଯାୟୀ ଏକ ମାମଲା ରୁଜୁ କରିଛି ଏବଂ ଏ ସଂପର୍କରେ ଏବେ ତଦନ୍ତ ଜାରି ରହିଛି।

nis-ad
Leave A Reply

Your email address will not be published.