ଉଜବେକିସ୍ତାନ ଶିଶୁ ମୃତ୍ୟୁ ଭାରତ ପାଇଁ ଦୁର୍ନାମ ଆଣିଛି : ଭାରତୀୟ ଫାର୍ମା କମ୍ପାନିର ସଦସ୍ୟତା ରଦ୍ଦ…

ନୂଆଦିଲ୍ଲୀ : ନୋଇଡା ସ୍ଥିତ ମାରିଅନ ବାୟୋଟେକକୁ ଭାରତର ସର୍ବୋଚ୍ଚ ଫାର୍ମାସୁଟିକାଲ ରପ୍ତାନି ପରିଷଦ ଫାର୍ମେକ୍ସିଲର ସଦସ୍ୟତାରୁ ନିଲମ୍ବିତ କରାଯାଇଛି । ଏହି କମ୍ପାନିର କଫ ସିରପ ପିଇ ଉଦବେକିସ୍ତାନର ୧୮ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ ।

ଏହି କମ୍ପାନି ସମଗ୍ର ବିଶ୍ବରେ ଭାରତୀୟ ଫାର୍ମା ଉଦ୍ୟୋଗ ପାଇଁ ଦୁର୍ନାମ ଆଣିଛି ବୋଲି ଫାର୍ମେକ୍ସିଲ କହିଛି । ଏହି ଘଟଣା ଦ୍ବାରା ସମଗ୍ର ବିଶ୍ବରେ ଭାରତୀୟ ଔଷଧ ପ୍ରତି ଅବିଶ୍ବାସ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ପରିଷଦ କହିଛି ।
ଫାର୍ମେକ୍ସିଲ ହେଉଛି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧିନରେ କାମ କରୁଥିବା ଏକ ସଂସ୍ଥା । ଦେଶର ଫାର୍ମା ରପ୍ତାନିକୁ ପ୍ରେତ୍ସାହନ ଦେବାକୁ ଏହାକୁ ୨୦୦୪ରେ ଆରମ୍ଭ କରାଯାଇଥିଲା ।

ଏହି ଘଟଣା ସଂପର୍କରେ ଅଧିକ ତଥ୍ୟ ଦେବାକୁ ଗତ ୨୮ ତାରିଖରେ ମାରିଅନ ବାୟୋଟେକକୁ ଫାର୍ମେକ୍ସିଲ ପକ୍ଷରୁ ପତ୍ର ଲେଖାଯାଇଥିଲା । ଉଦବେକିସ୍ତାନର କେଉଁ ସଂସ୍ଥା ମାଧ୍ୟମରେ ଏହି କଫ ସିରପର ରପ୍ତାନି କରାଯାଇଥିଲା ତାହାର ତଥ୍ୟ ଦେବାକୁ ଏହି ପତ୍ରରେ କୁହାଯାଇଛି । ଏହା ସହିତ ଉତ୍ପାଦନ ଲାଇସେନ୍ସ, ଏହି ପ୍ରଡକ୍ଟର ଅନୁମତି ସଂପର୍କିତ ତଥ୍ୟ ଦେବାକୁ ବି କୁହାଯାଇଛି । ୨୯ ତାରିଖ ସୁଦ୍ଧା କମ୍ପାନିକୁ ଜବାବ ଦେବାକୁ କୁହାଯାଇଥିଲେ ବି କମ୍ପାନି ଦେଇ ନଥିବାରୁ ୩୦ ତାରିଖରେ ତାହାର ସଦସ୍ୟତା ରଦ୍ଦ କରାଯାଇଥିଲା ।

nis-ad
Leave A Reply

Your email address will not be published.