ଖଣ୍ଡଗିରି ଓ ଉଦୟଗିରି ମଝିରାସ୍ତାରେ ବ୍ୟାରିକେଡ୍‌, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ

ଭୁବନେଶ୍ୱର: ଖଣ୍ଡଗିରି ଓ ଉଦୟଗିରିର ମଝିରାସ୍ତା ବନ୍ଦ। ବ୍ୟାରିକେଡ୍‌ ପକାଇ ବନ୍ଦ କରାଯାଇଛି ଏହି ରାସ୍ତା। ପୂର୍ବରୁ ଓଭରହେଡ୍‌ ବ୍ୟାରିକେଡ୍‌ ଲଗାଇ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରାଯାଇଥିଲା। ଏବେ ବ୍ୟାରିକେଡ୍‌ ପକାଇ ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି।

ଖଣ୍ଡଗିରି ଟ୍ରାଫିକ୍‌ ଛକ ପଟୁ ପାନ୍ଥିକା ନିକଟ ଶୌଚାଳୟ ପାଖରେ ଏବଂ ବିପରୀତ ପଟୁ ଜୟଦେବ ବାଟିକା ଉତ୍ତର ଫାଟକ ନିକଟରେ ବ୍ୟାରିକେଡ୍‌ ପକାଯାଇଛି। ଏବେ ଅସ୍ଥାୟୀ ବ୍ୟାରିକେଡ୍‌ ପକାଯାଇଥିବା ବେଳେ ଖୁବ୍‌ ଶୀଘ୍ର ସ୍ଥାୟୀ ବ୍ୟାରିକେଡ୍‌ ଲାଗିବ ବୋଲି ଜଣାପଡ଼ିଛି। ବଡ଼ କଥା ହେଉଛି ଏବେ ଏହି ରାସ୍ତାରେ ବିଭିନ୍ନ ଫୁଲଗଛ ଓ ପ୍ରସ୍ତର କାରୁକାର୍ଯ୍ୟ କରାଯାଇ ସୌନ୍ଦର୍ଯ୍ୟୀକରଣ କରାଯିବ।

ଏଏସ୍ଆଇ, ବିଏମ୍‌ସି, ଟ୍ରାଫିକ୍‌ ପୁଲିସ ଓ ପୂର୍ତ୍ତ ବିଭାଗର ମିଳିତ ପ୍ରୟାସରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯାଆଁଳା ପାହାଡ଼ର ସୁରକ୍ଷା ପାଇଁ ଦୀର୍ଘ ବର୍ଷ ହେଲା ପଡ଼ି ରହିଥିବା ଏହି ପ୍ରସ୍ତାବକୁ ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି। ଏଣିକି ପର୍ଯ୍ୟଟକମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ କରି ଚାଲିଚାଲି ଉଭୟ ପାହାଡ଼କୁ ଯିବେ।

ଖଣ୍ଡଗିରି ଟ୍ରାଫିକ୍‌ ଛକ ପାର୍ଶ୍ବ ପଟୁ ଯାନବାହାନ ଧରି ଯାଉଥିବା ପର୍ଯ୍ୟଟକଙ୍କ ଗାଡ଼ି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହୋଇନଥିବା ବେଳେ ବିପରୀତ ପଟୁ ପୂର୍ବ ଭଳି ବସ୍‌ ଟର୍ମିନାଲ ନିକଟରେ ପାର୍କିଂ ରହିବ ବୋଲି ଜଣାପଡ଼ିଛି।

nis-ad
Leave A Reply

Your email address will not be published.