ହକି ବିଶ୍ଵ କପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ କରିବ ମାଲକାନଗିରି ଜିଲ୍ଲା ପ୍ରଶାସନ…


ମାଲକାନଗିରି : ଓଡ଼ିଶା ଆୟୋଜନ କରୁଛି ୨୦୨୩ ହକି ବିଶ୍ଵକପ୍ । ଆସନ୍ତା ଜାନୁୟାରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ଵକପର ମ୍ୟାଚ୍ ଗୁଡ଼ିକ ଭୁବନେଶ୍ବର ଓ ରାଉରକଲାରେ ଅନୁଷ୍ଠିତ ହେବ । ୧୬ ଟି ଦେଶ ଏଥିରେ ପ୍ରତିନିଧିତ୍ଵ କରିବେ । ହକିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ହକି ବିଶ୍ଵକପ୍ ଟ୍ରଫି ବିଭିନ୍ନ ରାଜ୍ୟ ସମେତ ଆମ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରୁଛି । ଆସନ୍ତା ୩୧ ଡିସେମ୍ବରରେ ହକି ବିଶ୍ଵକପ୍ ଟ୍ରଫି ମାଲକାନଗିରି ଜିଲ୍ଲାରେ ପହଞ୍ଚିବ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କ ସହଭାଗିତା ନିମନ୍ତେ ଶ୍ରୀ ନାଏକ ଅନୁରୋଧ କରିଛନ୍ତି ।
ଜିଲ୍ଲାର ଗୋବିନ୍ଦପାଲୀଠାରେ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହକି ବିଶ୍ୱ କପ୍ ଟ୍ରଫିକୁ ସ୍ବାଗତ କରିବେ । ସେଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭଯାତ୍ରା ମାଧ୍ୟମରେ ଏହା ମାଥିଲି ପହଞ୍ଚିବ । ସଦର ମହକୁମାଠାରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟ୍ରଫିକୁ ସ୍ବାଗତ କରିବେ ।ଏହା ପରେ ଡିଏନକେ ଖେଳ ପଡିଆ ଠାରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ଜିଲ୍ଲପାଳଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା କରାଯିବ ।ଏଠାରେ ପଦ୍ମଗିରି ହକି କ୍ରୀଡ଼ା ସଂଘର କ୍ରୀଡାବିତମାନେ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି ।ଏଠାରୁ ଏକ ବିଶାଳ ଶୋଭଯାତ୍ରାରେ ଟ୍ରଫି ଷ୍ଟାଡିୟମ୍ ପହଞ୍ଚିବ। ଷ୍ଟାଡିୟମ୍ ଠାରେ ଫୁଟବଲ, ଭଲିବଲ୍ ମ୍ୟାଚ୍ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ହକି ବିଶ୍ୱକପ୍ ଟ୍ରଫିକୁ
ଜିଲ୍ଲାରେ ବିପୁଳ ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଯିବ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡ଼ା ଅଧିକାରୀ, ଶ୍ରୀ ଧ୍ରୁବ ଚରଣ ମୁଦୁଲି ଏବଂ ଏପିଡି ଶ୍ରୀ ମାନସ ମିଶ୍ର ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.