ଅନୁଗୁଳ ଷ୍ଟେସନରୁ ଗଡ଼ିଲା ସମ୍ବଲପୁର- ଶାଲିମାର (ମହିମା ଗୋସାଇଁ) ଟ୍ରେନ୍

ଅନୁଗୁଳ: ଅନୁଗୁଳ ଷ୍ଟେସନରୁ ଆଜି ଗଡ଼ିଛି ସମ୍ବଲପୁର- ଶାଲିମାର ଟ୍ରେନ୍। ମହିମା ଗୋସାଇଁଙ୍କ ନାମରେ ନାମିତ ହୋଇଛି ଏହି ଟ୍ରେନ୍। ଏହି ଟ୍ରେନ୍ ସମ୍ବଲପୁରରୁ ଅନୁଗୁଳ ଦେଇ ହାୱଡ଼ାକୁ ସଂଯୋଗ କରିବ।

ଆଜି ଅନୁଗୁଳ ଷ୍ଟେସନରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଚଳାଚଳ ଫଳରେ ଅନୁଗୁଳବାସୀ ବିଶେଷ ଭାବେ ଉପକୃତ ହେବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗ ଦେଇ ସମ୍ବଲପୁର ଓ ଶାଲିମାର(କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନ ଚାଲିବ। ଏହି ଅଞ୍ଚଳର ଯାତ୍ରୀଙ୍କ ସୁବିଧା ତଥା ଆରାମଦାୟକ ଯାତ୍ରା ପାଇଁ ସେମାନଙ୍କୁ ଆଉ ଅନ୍ୟ ପରିବହନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ(୨୦୮୩୨/୨୦୮୩୧) ଜାନୁଆରି ୩ରୁ ସମ୍ବଲପୁରରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ସନ୍ଧ୍ୟା ୭ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଜାନୁଆରି ୪ରୁ ଶାଲିମାରରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ରାତି ୯ଟା ୨୫ରେ ଛାଡ଼ିବ।

ଏଣେ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳଷ୍ଟେସନ ନବୀକରଣ ପାଇଁ ଆଜି (ଗୁରୁବାର) ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ସୁର ରାଉତରାୟ, ଅ‌ନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.