ଆଉ କେନ୍ଦ୍ରୀୟ ଅବହେଳା କୁହନ୍ତୁନି ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳଷ୍ଟେସନ ନବୀକରଣର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଉ କେନ୍ଦ୍ରୀୟ ଅବହେଳା କୁହନ୍ତୁନି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସେ କହିଛନ୍ତି, ମାତ୍ର ଦୁଇ ଘଣ୍ଟା ପୁର୍ବରୁ ଭଦ୍ରକ ପାଇଁ  ଧାମନଗର ବିଧାୟକ  ସୂରଜ ସୂର୍ଯ୍ୟବଂଶୀ ଦାବି କଲେ ଆଉ ସଂଗେ ସଂଗେ ରେଳମନ୍ତ୍ରୀ ପୂରଣ କଲେ। ଏ ହେଉଛି ମୋଦିଙ୍କ ବିଜୁଳି ସ୍ପିଡ଼୍। ତଥାପି ରାଜ୍ୟ ସରକାର କହୁଛନ୍ତି ଆମେ କେନ୍ଦ୍ର ଅବହେଳା ବିରୋଧରେ ଳଢିବୁ। ଆଉ କହିଲେ ଜାତୀୟ ଦଳଙ୍କର ନଜର ଓଡ଼ିଶା ପାଇଁ ନାହିଁ। ତାହେଲେ ଆଉ କଣ କହିହେବ।

ସେ ଆହୁରି କହିଛନ୍ତି, ଆଗରୁ ଆମ ଖଣି ଖାଦନରୁ ଦିଲ୍ଳୀ ପୁଞ୍ଜିପତି ପକେଟ ଭରୁଥିଲା। ଏବେ ଖଣି ନିଲାମ ଟଙ୍କା ଦିଲ୍ଳୀ ଯାଉନି ରାଜଧାନୀରେ ରହୁଛି। ହେଲେ ଯେଉଁମାନଙ୍କ ପାଖକୁ ଯିବା କଥା ଆଦିବାସୀ, ଦଳିତମାନଙ୍କ ପାଖକୁ, ହେଲେ ତାହା ସେମାନଙ୍କ ପାଖକୁ ଯାଉଛି ନା ନାହିଁ ତାହା ଜଣାନାହିଁ ଡିଏମଏଫରେ ବର୍ଷକୁ ୧୫ ହଜାର କୋଟି ପାଉଛି। ମୋଦିଙ୍କ ପୁର୍ବରୁ ଶୂନ୍ ଥିଲା। ଭୁବନେଶ୍ବରକୁ ବିଶ୍ଵର ସିଲିକନ୍ ସିଟି ବନେଇବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।
ଆଜି ତାଳଚେରର ଶୁଭାରମ୍ଭ ହେବାକୁ ଥିବା ସମ୍ବଲପୁର ହାୱାଡ଼ା ଟ୍ରେନକୁ ମହିମା ଗୋସ୍ୱାଇଁଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ,  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗ ଦେଇଛନ୍ତି । ବିଶିଷ୍ଟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ଅ‌ନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଛନ୍ତି।

nis-ad
Leave A Reply

Your email address will not be published.