ବସରୁ ଓହ୍ଲାଇବାବେଳେ,ସେହି ବସ ଚକା ତଳେ ଖସିପଡି ବୃଦ୍ଧା ଗୁରୁତର..


ହିଞ୍ଜିଳିକାଟୁ, ୨୯/୧୨: ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପୁଡୋ କାଳୀ ମନ୍ଦିର ଛକ ନିକଟରେ ବସରୁ ଓହ୍ଲାଇବାବେଳେ,ସେହି ବସ ଚକା ତଳେ ଜନୈକ ବୃଦ୍ଧା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ପୋଲସରା ଥାନା ମଥୁରା ଗ୍ରାମର ମନୁ ଗୈାଡ (୫୪)। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣା ଘଟାଇ ଥିବା ବସ୍ କୁ ଜବତ କରି ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଗୁରୁବାର ସକାଳେ ହିଞ୍ଜିଳିକାଟୁ ଠାରୁ ଶେରଗଡ ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ (ଓଆର୦୭ଜି ୪୪୮୫)ରେ ମହିଳା ଜଣଙ୍କ ଗାଡ଼ିରେ ଯାତ୍ରା କରୁଥିଲେ। ବୁରୁପୋଡା କାଳୀ ମନ୍ଦିର ଛକରେ ମହିଳା ଜଣଙ୍କ ନଣନ୍ଦ ଘରକୁ ଯିବା ପାଇଁ ଗାଡିରୁ ଓହ୍ଲାଇ ଥିଲେ ।ସେହି ସମୟରେ ଚାଳକ ଗାଡି ଚାଳନା କରିବାରୁ ବିଧବା ବୃଦ୍ଧା ଙ୍କ ଡାହାଣ ଗୋଡ ଉପରେ ମାଡି ଯାଇଥିଲା।

nis-ad
Leave A Reply

Your email address will not be published.